Home ଜିଲ୍ଲା ପରିକ୍ରମା ନବ ଦିନାତ୍ମକ ସଂସ୍କୃତ ସମ୍ଭାଷଣ ଶିବିର ଉଦ୍‌ଘାଟିତ

ନବ ଦିନାତ୍ମକ ସଂସ୍କୃତ ସମ୍ଭାଷଣ ଶିବିର ଉଦ୍‌ଘାଟିତ

28

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱରେ ସଂସ୍କୃତ ଭାଷାକୁ ମାତୃଭାଷାର ରୂପ ଦିଆ ଯାଇଛି। ସଂସ୍କୃତରୁ ସଂସ୍କାର ସୃଷ୍ଟି ହୋଇଥାଏ ଏବଂ ନୀତିଗତ ପାରମ୍ପରିକ ବିଧିବିଧାନ ପାଳିତ ହୋଇଥାଏ। ସଂସ୍କୃତ ଶିକ୍ଷାର ବିକାଶ ହେଲେ ସମାଜର ବିକାଶ ହୋଇ ପାରିବ ବୋଲି ଆଜି ଭଦ୍ରକ ଜଗନ୍ନାଥପୁରରେ ଗଢ଼ି ଉଠିଥିବା ତକ୍ଷଶିଳା ଏକାଡେମୀ ପରିସରରେ ଉପସ୍ଥିତ ରହି ବକ୍ତାମାନେ ନିଜ ନିଜର ମତ ବ୍ୟକ୍ତ କରିଥିଲେ। ଲୋକଭାଷା ପ୍ରଚାର ସମିତି ଆନୁକୂଲ୍ୟରେ ଅଧ୍ୟକ୍ଷ ମନୋଜ କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ସହସ୍ର ପୁସ୍ତକର ସ୍ରଷ୍ଟା ଆବାଲ୍ୟ ଶିବ ଉପାସକ ପଣ୍ଡିତ ଦୈତ୍ୟାରି ମହାପାତ୍ର ଆନୁଷ୍ଠାନିକ ଭାବେ ସଭାକୁ ଉଦ୍‌ଘାଟନ କରିବା ସହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ସମାଜରେ ସଂସ୍କୃତ ଶିକ୍ଷାର ଆବଶ୍ୟକତା ଗୁରୁକୂଳ ଶିକ୍ଷାଶ୍ରମର ମହନୀୟତା ଏବଂ ସମାଜ ପ୍ରଗତିରେ ବ୍ରାହ୍ମଣମାନଙ୍କର ଭୂମିକା ଓ ଭାରତ ବର୍ଷ ସମଗ୍ର ବିଶ୍ୱର ଆଦି କ୍ଷେତ୍ର ବୋଲି କହିଥିଲେ। କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟର ନିର୍ଦ୍ଦେଶକ ମହେଶ ଚନ୍ଦ୍ର ରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସଂସ୍କୃତ ଶିକ୍ଷା ଗ୍ରହଣ କରି ପାରିଲେ, ଛାତ୍ରଛାତ୍ରୀମାନେ କି ଭଳି ସଂସ୍କାରି ହୋଇ ପାରିବେ ସେ ସମ୍ପର୍କରେ ନିଜର ସୁଚିନ୍ତିିତ ମତ ରଖିଥିଲେ।

ପଣ୍ଡିତ ଶତୃଘ୍ନ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ମନୋରମ ଶିକ୍ଷା କର୍ମଶାଳାରେ ବରେଣ୍ୟ ଅତିଥି ତଥା ପଶ୍ଚିମ ବଙ୍ଗର ବିଶିଷ୍ଟ ସଂସ୍କୃତ ଭାଷାବିତ୍‌, ପ୍ରଶିକ୍ଷକ, ପଣ୍ଡିତ ବର୍ତ୍ତନ ୱହ୍ନା ସମଗ୍ର ଭାରତ ବର୍ଷରେ ସଂସ୍କୃତ ଭାଷାକୁ ମାତୃଭାଷା ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସଭାର ପ୍ରାରମ୍ଭରେ ପଣ୍ଡିତ ଶତୃଘ୍ନ ପତି ଉପସ୍ଥିତ ପଣ୍ଡିତମାନଙ୍କର ଅତିଥି ପରିଚୟ ଦେଇଥିବା ବେଳେ ଅଖଣ୍ଡ ଭାରତ ବ୍ରାହ୍ମଣ ପରିଷଦର ମୁଖ୍ୟ ସଂଯୋଜକ ତଥା ସମ୍ପାଦକ ପଣ୍ଡିତ ସଞ୍ଜୟ ପାଢୀଶର୍ମା ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନର ସମାଜକୁ ସଂସ୍କୃତ ଭାଷାରେ ଆବଶ୍ୟକତାରେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଗୟାଧର ପଣ୍ଡା, ପଣ୍ଡିତ ହିମାଂଶୁ ପଣ୍ଡା, ପଣ୍ଡିତ ଜ୍ୟୋତିରଂଜନ ପତି ସଂସ୍କୃତ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ପଣ୍ଡିତ ଶତୃଘ୍ନ ପତି ଧନ୍ୟବାଦ ଅର୍ପଣ କରିବା ପରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.