Home ଜିଲ୍ଲା ପରିକ୍ରମା ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ କର୍ମଶାଳା

ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ କର୍ମଶାଳା

58

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ନୟନମଣି ମହିଳା ମହାବିଦ୍ୟାଳୟ ଓ ବାରିକପୁର କଲେଜରେ ଆଜି ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ କର୍ମଶାଳା ଅନଷ୍ଠିତ ହୋଇଯାଇଛି। ନୟନମରି ମହିଳା ମହାବିଦ୍ୟାଳୟରେ ବିଡିଓ ତଥା ଅତିରିକ୍ତ ଭୋଟର ପଞ୍ଜିକରଣ ଅଧିକାରୀ ଦେବଦତ୍ତ ଦାଶ, ତହସିଲଦାର ସରୋଜକାନ୍ତ ନାୟକ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୀନକେତନ ବାରିକ, ଅର୍ଥ ଅଧିକାରୀ ଗିରିଜା ଶଙ୍କର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନରେନ୍ଦ୍ର କୁମାର ରାଉତ ଓ ନିର୍ବାହୀ ଅଧିକାରୀ ବିକ୍ରମ ସାହୁ, ପୂର୍ବତନ ସରପଞ୍ଚ ଜଗବନ୍ଧୁ ଦାସ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ ଆପ ଯୋଗେ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ ପ୍ରଣାଳୀ ପ୍ରଦର୍ଶନ କରି ପ୍ରତ୍ୟେକ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗରେ ସହାୟକ ହେବାକୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ବାରିକପୁର ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରମେଶ ବେହୁରିଆଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଲକ୍ଷ୍ୟପୂର୍ଣ୍ଣ ଭାବେ ହାସଲ କରିବାକୁ ସହଯୋଗ ଲୋଡିଥିଲେ। ବାରିକପୁର ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଆଦିତ୍ୟ କୁମାର ଜେନା ଓ ଅଧ୍ୟାପକ ଅନାଦି ଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ଛାତ୍ରଛାତ୍ରୀମାନେ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ କରି ପରିବାରର ପ୍ରତ୍ୟେକ ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ ମୋବାଇଲ ଯୋଗେ କରିବାକୁ ସଙ୍କଳ୍ପ କରିଥିଲେ। ବୁଧବାର ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଓ ନାଆମୀ ମହାବିଦ୍ୟାଳୟରେ ଏହି କର୍ମଶାଳା ଅନୁଷ୍ଠିତ ହେବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.