Home ଜିଲ୍ଲା ପରିକ୍ରମା ତୃଟିପୂର୍ଣ୍ଣ ଲିଗାଲ ହେୟାର ପ୍ରମାଣପତ୍ର ପ୍ରଦାନ ପାଇଁ ତହସିଲଦାର ଓ ଆରଆଇଙ୍କ ନାମରେ ମାମଲା

ତୃଟିପୂର୍ଣ୍ଣ ଲିଗାଲ ହେୟାର ପ୍ରମାଣପତ୍ର ପ୍ରଦାନ ପାଇଁ ତହସିଲଦାର ଓ ଆରଆଇଙ୍କ ନାମରେ ମାମଲା

51

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକ ଓ ଭଣ୍ଡାରିପୋଖରୀ ରାଜସ୍ୱ ନିରୀକ୍ଷକ ନରେଶ କୁମାର ମହାନ୍ତି, ପିତବାସ ଦାସ, ହରିହର ଦାସଙ୍କ ସମେତ ୧୩ ଜଣଙ୍କ ନାମରେ ମାମଲା ଭଣ୍ଡାରିପୋଖରୀ ଥାନାରେ ଋଜୁ ହୋଇଛି। ବୟାବନାପୁର ଗ୍ରାମର ଦେବେନ୍ଦ୍ର ଦାସଙ୍କ ଅଭିଯୋଗ କ୍ରମେ ଥାନାରେ ଗତ ୨୧ ତାରିଖରେ ୩୦୨/୨୨ ନଂ ମାମଲା ବିଭିନ୍ନ ଦଫାରେ ମାମଲା ଋଜୁ କରାଯାଇଛି। ସବଇନିସପେକ୍ଟର ବି.ଏନ. ସୋରେନ ମାମଲାର ତଦନ୍ତ ଚଳାଇଥିବା ଜଣାଯାଇଛି। ଅଭିଯୋଗ ଅନୁଯାୟୀ ଆର.ଆଇ ରିପୋର୍ଟ ବଳରେ ଅଣ ଜେଜେବାପା ଅନାଦି ଚରଣ ଦାସଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ରରୁ ବୟାବନାପୁର ଗ୍ରାମର ଦେବେନ୍ଦ୍ର କୁମାର ଦାସ ଓ ଅନ୍ୟମାନଙ୍କ ନାମ ଚଞ୍ଚକତା କରି ନାମକାଟି ଦେବା ବିରୋଧରେ ଦେବେନ୍ଦ୍ର ଏତାଲା ଦେଇଥିଲେ। ମାମଲା ଋଜୁ ପାଇଁ ୩ ଦିନ ସମୟ ଆବଶ୍ୟକ ବୋଲି ପୁଲିସ କହିଥିବା ନେଇ ଏତାଲାକାରୀ ଦେବେନ୍ଦ୍ର ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ବୟାବନାପୁର ଗ୍ରାମର ମୃତ ଅନାଦି ଦାଶଙ୍କ ୩ ପୁତ୍ର ଓ ଗୋଟିଏ କନ୍ୟା ରହିଛି। ମୃତ ଅନାଦିଙ୍କର ରଣଜିତ ରାଜସ୍ୱ ସର୍କଲ ଅଧିନ ଭୂତିଆ ମୌଜାରେ ୧୬ ଖାତା ପ୍ଲଟ ନଂ ୩୯୧ରେ ୩୩ ଡେସିମିଲ ଜମି ରହିଛି।

ବନ୍ଦବୋସ୍ତରେ ଉକ୍ତ ଜମିର ୟାଦସ୍ତ ପର୍ଯ୍ୟାୟ ଉତ୍ତରାଧିକାରୀ ୧ମ ପୁତ୍ର ମୃତ ରାମଚନ୍ଦ୍ରଙ୍କ ପୌତ୍ର(ଅନାଦିଙ୍କ ବଡ ପୁତ୍ରଙ୍କ ନାତି) ସୁରେନ୍ଦ୍ର, ୨ୟ ପୁତ୍ର ଲକ୍ଷ୍ମୀଧର ଓ ୩ୟ ପୁତ୍ର ହରିହର ନାମରେ ହୋଇଥିଲେ ବି କୌଣସି କାରଣରୁ ପଟ୍ଟା ମୃତ ଅନାଦିଙ୍କ ନାମରେ ମିଳିଥିଲା। ୟାଦସ୍ତରେ ୨ୟ ପୁତ୍ର ଲକ୍ଷ୍ମୀକ୍ଷରକୁ ବାଦ ଦେବାକୁ ମଧ୍ୟ ସୁପାରିଶ ହୋଇଥିଲା। କାରଣ ୨ୟ ପୁତ୍ର ଲକ୍ଷ୍ମୀଧର ଅବିବାହିତ ଓ ବିନାକୌଣସି ଉତ୍ତରାଧିକାରୀରେ ମୃତ୍ୟୁବରଣ କରିଥିଲେ। ଗତ ଫେବୃୟାରୀ ମାସରେ ହରିହରଙ୍କ ପୁତ୍ର ପୀତବାସ ଜେଜେ ଅନାଦିଙ୍କ ଲିଗାଲ ହେୟାର ପାଇଁ ଦରଖାସ୍ତ କରିବା ସହ ଏକମାତ୍ର ହରିହରଙ୍କୁ ଉତ୍ତରାଧିକାରୀ ଭାବେ ସତ୍ୟପାଠ କରିଥିଲେ। ଏହା ଉପରେ ତଦନ୍ତ କରି ଭଣ୍ଡାରିପୋଖରୀ ଆର.ଆଇ. କେତେକ ଗ୍ରାମବାସୀଙ୍କ ଜମାନବନ୍ଦୀ ଆଧାରରେ ୩ୟ ପୁତ୍ର ହରିହର ଓ ଅନାଦିଙ୍କ ମୃତ କନ୍ୟା ରାଧାଙ୍କ ୩ ଝିଅ ଓ ପୁତ୍ରଙ୍କୁ ଉତ୍ତରାଧିକାରୀ ଭାବେ ଦର୍ଶାଇ ତହସିଲଦାରଙ୍କୁ ରିପୋର୍ଟ ଦେଇଥିଲେ। ତଦନୁଯାୟୀ ଲିଗାଲ ହେୟାର(ଉତ୍ତରାଧିକାରୀ) ପ୍ରମାଣପତ୍ର ୫ଜଣଙ୍କୁ ମିଳିଥିଲା। ଉକ୍ତ ଲିଗାଲ ହେୟାର ଅନୁଯାୟୀ ଭୂତିଆ ଜମିକୁ ଥଇଳାର ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ବହୁମୂଲ୍ୟରେ ବିକ୍ରି କବଲା କରି ଦିଆଯାଇଥିଲା। ଲିଗାଲ ହେୟାର ପ୍ରମାଣପତ୍ରରୁ ଅନାଦିଙ୍କ ମୃତ ବଡପୁଅ ରାମଚନ୍ଦ୍ରଙ୍କ ୫ପୁଅ ଓ ୩ ଝିଅଙ୍କୁ ଉଦ୍ଦେଶ୍ୟମୁଳକ ଭାବେ ବାଦ ଦିଆଯାଇ ଏକ ତୃତୀୟାଂଶ ସମ୍ପତ୍ତିରୁ ବଞ୍ଚିତ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଥି ପାଇଁ ଅଭିଯୋଗକାରୀ ଦେବେନ୍ଦ୍ର ଗତ ୧୯୪୯ମସିହା ନଭେମ୍ବର ୧୦ ତାରିଖରେ ଅନାଦି ଚରଣ ଦାଶଙ୍କ ପୁତ୍ର ଭାବେ ରାମଚନ୍ଦ୍ର ଓ ହରିହର ମିଳିତ ଭାବେ ମାଳତୀ ଦେବୀଙ୍କୁ ଜମି ବିକ୍ରୟ ପାଇଁ ସମ୍ପାଦନ କରିଥିବା କବଲା ଓ ବୟାବନାପୁର ମୌଜାର ଥିବା ୯୯୫ ଖାତାର ଜମି ପଟ୍ଟାକୁ ପ୍ରମାଣ ଭାବେ ଉପସ୍ଥାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.