Home ଜିଲ୍ଲା ପରିକ୍ରମା ଭୋଟଗଣତିରେ ଅହେତୁକ ବିଳମ୍ବ, ୨୪ଘଣ୍ଟା ପରେ ବି ସରୁନି ଗଣତି, ୨ ଖଣ୍ଡ ଭୋଟ୍‌ରେ ଜିତିଲେ...

ଭୋଟଗଣତିରେ ଅହେତୁକ ବିଳମ୍ବ, ୨୪ଘଣ୍ଟା ପରେ ବି ସରୁନି ଗଣତି, ୨ ଖଣ୍ଡ ଭୋଟ୍‌ରେ ଜିତିଲେ ବନ୍ଦାଳୋ ସରପଞ୍ଚ, ରମେଶ ଭାରତୀ ଓ ଦୀପ୍ତିସୂର୍ଯ୍ୟ ବିଶ୍ୱାଳ ପ୍ରମୁଖ ପରାଜିତ ପ୍ରାର୍ଥୀ

96

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ପରିସରରେ ଗତକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ଦିନର ଭୋଟଗଣତି ସମ୍ପୁର୍ଣ୍ଣ ହେବାକୁ ୨୬ଘଣ୍ଟା ସମୟ ଲାଗିଥିଲା । ଗତକାଲି ଦିନ ୮ଟାରୁ ଆରମ୍ଭ ହୋଇଥିବା ଗଣତି ଆଜି ଦିନ ୧୦ଟା ଯାଏ ଚାଲିଥିଲା । ପ୍ରାପ୍ତ ଫଳାଫଳ ଅନୁଯାୟୀ ୨୨ନଂ ଜିଲ୍ଲା ପରିଷଦ ଜୋନ ସଦସ୍ୟ ପ୍ରାର୍ଥୀ ବିଜେଡିର ଦଳର ବଦ୍ରୀନାରାୟଣ ରାଉତ ୧୪୫୮୭, କଂଗ୍ରେସ ଦଳର ରମେଶ ଚନ୍ଦ୍ର ଭାରତୀ ୧୧୦୬୫, ବିଜେପି ଦଳର ସ୍ୱରାଜ ମହାପାତ୍ର ୪୮୮୪, ଏସ.ୟୁ.ସିଆଇ.ର ପର୍ଶୁରାମ ଲେଙ୍କା ୨୭୨, ଓପିଡିର ପ୍ରତାପରୁଦ୍ର ନାୟକ ୨୮ ଓ ବି.ଏସ.ପି.ର ଉର୍ବଶୀ ଜେନା ୯୭ ଖଣ୍ଡ ଭୋଟ ହାସଲ କରିଥିଲେ । ବିଜେଡି ପ୍ରାର୍ଥୀ ୩୫୨୨ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଜୋନ ଅନ୍ତର୍ଗତ ନାଆମୀ, ରାଜେନ୍ଦ୍ରପୁର, ବନ୍ଦାଳୋ-ମଢିଆଳି, ସାନଶାସନ, ଝୁଟୁଣା, ନେରଡା, ରାମଚନ୍ଦ୍ରପୁର ଓ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଫଳାଫଳ ମଧ୍ୟ ପ୍ରକାଶିତ ହୋଇଛି । ନାଆମୀର ସରପଞ୍ଚ ରଶ୍ମିତା ସେଠୀ ଓ ସମିତି ସଭ୍ୟ ସନ୍ତୋଷ କୁମାର ନାୟକ, ରାଜେନ୍ଦ୍ରପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ ଓ ସମିତି ସଭ୍ୟା ସରୋଜିନୀ ସାହୁ, ସାନଶାସନ ସରପଞ୍ଚ ମଧୁସ୍ମୀତା ସାହୁ ଓ ସମିତି ସଭ୍ୟ ସନ୍ତୋଷ କୁମାର ମହାପାତ୍ର, ତେସିଙ୍ଗାର ସରପଞ୍ଚ ଧନେଶ୍ୱର ଖୁଣ୍ଟିଆ ଓ ସମିତି ସଭ୍ୟା ଜ୍ୟୋତିସ୍ମୀତା ସାହୁ, ଝୁଟୁଣା ସରପଞ୍ଚ ବାସନ୍ତି ଯେନା ଓ ସମିତି ସଭ୍ୟ ଦିପୁରଞ୍ଜନ ରାଉତ, ବନ୍ଦାଳୋ-ମଢିଆଳି ସରପଞ୍ଚ ବିଶ୍ୱନାଥ ସାହୁ ମାତ୍ର ୨ଖଣ୍ଡ ଭୋଟ ବ୍ୟବଧାନରେ ଓ ସମିତି ସଭ୍ୟା ଜୟନ୍ତି ବେହେରା, ରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ରେଣୁବାଳା ରାଉତ ଓ ସମିତି ସଭ୍ୟା ବୈଜୟନ୍ତି ମୁଣ୍ଡା ଏବଂ ନେରଡା ସରପଞ୍ଚ ଦେବଦାସୀ ଜେନା ଓ ସମିତି ସଭ୍ୟ ରାଜେଶ କୁମାର ଜେନା ନିର୍ବାଚିତ ହୋଇଛନ୍ତି । ପ୍ରମୁଖ ବିୟୀ ପ୍ରାର୍ଥୀ ଭାବେ ବଦ୍ରୀନାରାୟଣ ରାଉତ, ସନ୍ତୋଷ ମହାପାତ୍ର, ସରୋଜିନୀ ସାହୁ, ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ôତବା ବେଳେ ପ୍ରମୁଖ ପରାଜିତ ପ୍ରାର୍ଥୀ ଭାବେ ପୂର୍ବତନ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ବିଜେଡି ଜିଲ୍ଲା ଛାତ୍ର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ରମେଶ ଚନ୍ଦ୍ର ଭାରତୀ, ଗଣେଷ ଭାରତୀ ପ୍ରମୁଖ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.