Home ଜିଲ୍ଲା ପରିକ୍ରମା ବିଜେଡ଼ି କବ୍‌ଜାରେ ଆଗରପଡ଼ା ଜୋନ୍

ବିଜେଡ଼ି କବ୍‌ଜାରେ ଆଗରପଡ଼ା ଜୋନ୍

81

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡ଼ା ୧୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଥିବା ୯ଗୋଟି ପଂଚାୟତରେ ଫଳାଫଳକୁ ନେଇ ବିଜେଡି ନେତା ଓ କର୍ମୀମାନେ ଉତ୍ସାଦିତ ହୋଇପଡ଼ିଛନ୍ତି । “ଆଗରପଡ଼ା ଜୋନ୍ ନିର୍ବାଚନ ସମୀକରଣକୁ ନେଇ ଚର୍ଚ୍ଚା” ଶୀର୍ଷକ ଖବର ଗତ ୨୫ ତାରିଖରେ ପ୍ରକାଶ ପାଇଥିଲା । ଯାହାକି ଏହି ଅନୁମାନ ସତ ହୋଇଛି । ତଥ୍ୟ ଅନୁଯାୟୀ;ଆଗରପଡ଼ା ୧୪ ନମ୍ବର ଜେନ୍ ଜିଲ୍ଲା ପରିଷଦ ସଭ୍ୟା ଭାବେ ବିଜେଡ଼ିର ରୁନୀତା ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ସଂଯୁକ୍ତା ଦାସଙ୍କୁ ୧୦ହଜାର ୪୪୬ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ବିଟିପୁର ପଂଚାୟତରେ ସୁଭଦ୍ରା ସିଂହ(୧୨୧ଖଣ୍ଡ) ଓ ଜ୍ୟେର୍ତିମୟୀ ପଣ୍ଡା (୫୪୨ଖଣ୍ଡ), ଚାରିଗାଁ ରେ ଗୀତିକା ଭୋଇ(୬୫୯ଖଣ୍ଡ) ଓ ଧରଣୀ ଧର କର(୯୩୦ଖଣ୍ଡ), ପୁରୁଷଣ୍ଢରେ ପ୍ରକାଶ ବିଶ୍ୱାଳ(୨୦୨ଖଣ୍ଡ) ଓ ସୁଶୀଳା ଜେନା(୩୩୬ଖଣ୍ଡ), ଗୋପିନାଥପୁରରେ ସବିତା ରାଣୀ ନାୟକ(୮୧୭ଖଣ୍ଡ) ଓ ମନୋରଂଜନ ଘଡ଼େଇ(୨୪୩୦ଖଣ୍ଡ), ମହାନ୍ତିପଡ଼ାରେ ନିହାର ରଂଜନ ପଣ୍ଡା(୫୪୮ଖଣ୍ଡ) ଓ ନିର୍ମଳ ନାୟକ(୩୫୯ଖଣ୍ଡ), ଆଡ଼ିଆରେ ମୀନା କୁମାରୀ ଜେନା(୯୮ଖଣ୍ଡ) ଓ ପ୍ରମିଳା ଭୂୟାଁ(୨୪୪ଖଣ୍ଡ), ଅଣିଜୋରେ ମାଳତୀ ଲତା ପୃଷ୍ଟି(୧୧ଖଣ୍ଡ) ଓ ଅତସ୍ମିତା ରାଉତ(୬୮୭ଖଣ୍ଡ), ରାମଚନ୍ଦ୍ରପୁରରେ ପ୍ରିୟଙ୍କା ଦାସ(୧୧୭ଖଣ୍ଡ) ଓ ଚପଳା ଜେନା (୬୫୯ଖଣ୍ଡ),ବଡ଼ମହିଁଷଗୋଠରେ ବିନୋଦିନୀ ମହାନ୍ତି(୧୨ଖଣ୍ଡ) ଓ ପଦ୍ମାବତୀ ନାଥ ଶର୍ମା(୮୮ଖଣ୍ଡ)ଭୋଟରେ ଯଥାକ୍ରମେ ସରପଂଚ ଓ ସମିତି ସଭ୍ୟ ଭାବେ ଜିତି ଥିବାର ଜଣାପଡ଼ିଛି । ୬ ଜଣ ସରପଂଚ ଓ ୯ ଜଣ ସମିତି ସଭ୍ୟ ବିଜେଡ଼ି ସମର୍ଥନରେ ଜିତିଥିବାର ଦାବୀ କରିଛନ୍ତି । ୨ଜଣ ଆଡ଼ିଆ ଓ ରାମଚନ୍ଦ୍ରପୁର ସରପଂଚ ବିକାଶମଂଚ ଓ ଗୋପିନାଥପୁର ସରପଂଚ କଂଗ୍ରେସ ସମର୍ଥନରେ ବିଜୟ ଲାଭ କରିଛନ୍ତି । ଗୋପିନାଥପୁର ରେ ସମିତିସଭ୍ୟ ୨୪୩୦ ଖଣ୍ଡ ଓ ଚାରିଗାଁ ସରପଂଚ ୬୫୯ ଖଣ୍ଡ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବା ବେଳେ ବଡ଼ମହିଁଷଗୋଠ ସମିତିସଭ୍ୟା ୮୮ ଖଣ୍ଡ ଓ ଅଣିଜୋ ସରପଂଚ ୧୧ ଖଣ୍ଡ ସର୍ବନିମ୍ନ ଭୋଟ ବ୍ୟବଧାନରେ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.