Home ଜିଲ୍ଲା ପରିକ୍ରମା ୨୩ ନଂ ଜୋନ୍‌- ବିଳମ୍ବରେ ଗଣତି, ଆଗରେ ବିଜେଡି ପ୍ରାର୍ଥୀ

୨୩ ନଂ ଜୋନ୍‌- ବିଳମ୍ବରେ ଗଣତି, ଆଗରେ ବିଜେଡି ପ୍ରାର୍ଥୀ

117

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ପରିସରରେ ଆଜି ଦିନ ୧୧ଟାରେ ଆରମ୍ଭ ହୋଇଛି ୨୩ନଂ ଜିଲ୍ଲା ପରିଷଦ ଜୋନ ଓ ଏହା ଅନ୍ତର୍ଗତ ୮ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡସଦସ୍ୟଙ୍କ ଭୋଟ ଗଣତି । ସନ୍ଧ୍ୟା ୭ଟା ସୁଦ୍ଧା ଶେଷ ହୋଇଥିବା ସପ୍ତମ ରାଉଣ୍ଡ ଗଣତି ଫଳାଫଳ ଅନୁଯାୟୀ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀ ୫୨୮୮, ବିଜେପି ପ୍ରାର୍ତୀ ୩୨୭୮ ଓ କଂଗ୍ରେସ ପ୍ରାର୍ଥିନୀ ୨୦୨୪ଖଣ୍ଡ ଭୋଟ ହାସଲ କରିଛନ୍ତି । ସେହିପରି ବୟାବନାପୁର, ଦକ୍ଷିଣବାଡ, ପାଟୁଳି, ସରସଦା, ବିଷ୍ଣୁପୁର, ନଗୁଆଁ, ନିର୍ଗୁଣ୍ଡି ଓ ଜଳମଣ୍ଡୁଆ ପଞ୍ଚାୟତର ଭୋଟ ଗଣତି ମଧ୍ୟ ଚାଲୁରହିଛି । ଶନିବାର ଭଳି ରବିବାର ମଧ୍ୟ ଭୋଟଗଣତି କେନ୍ଦ୍ର ଲୋକାରାଣ୍ୟ ହୋଇଛି । ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂର୍ବଦିନ ଭଳି ଚୁଡାନ୍ତ ଫଳାଫଳ ଆସିବାକୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.