Home ଜିଲ୍ଲା ପରିକ୍ରମା ଭୋକ ଓପାସରେ ଦିନ କାଟୁଛନ୍ତି କିନ୍ନର : ସହାୟତାର ହାତ ବଢାଇଲେ ଅଧିବକ୍ତା ରାଧାକାନ୍ତ ତ୍ରିପାଠୀ

ଭୋକ ଓପାସରେ ଦିନ କାଟୁଛନ୍ତି କିନ୍ନର : ସହାୟତାର ହାତ ବଢାଇଲେ ଅଧିବକ୍ତା ରାଧାକାନ୍ତ ତ୍ରିପାଠୀ

199

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଏ ଜାଣିଥିଲା ଏମିତି ମହାମାରୀ ଆସିବ । ୪ ମାସ ପୂର୍ବରୁ ପୁରା ବିଶ୍ୱକୁ କବଳିତ କରି ରଖିଛି ଏହି ମହାମାରୀ । ଏଥିରେ ପୁରା ବିଶ୍ୱବାସୀ ପ୍ରଭାବିତ ହୋଇଥିଲାବେଳେ ଏଥିରୁ ବାଦ୍ ପଡିନାହାଁନ୍ତି କିନ୍ନର । ହେଲେ ଭଦ୍ରକ ଜିଲାରେ ବହୁ ବର୍ଷଧରି ରହୁଥିବା କିନ୍ନରମାନଙ୍କର ଦୁଃଖ କହିଲେ ଏବେ ନସରେ । ସରକାର ଶୁଣୁନାହାଁନ୍ତି, ଜିଲାପାଳ, ତହସିଲ, ବିଡିଓ, ମ୍ୟୁନସିପାଲଟି ଅଫିସ୍ ଯେତେ ଦୌଡିଲେ ମଧ୍ୟ କେହି ଶୁଣୁନାହାଁନ୍ତି ଏମାନଙ୍କ ଦୁଃଖ । କିନ୍ନରମାନଙ୍କ ପାଇଁ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଉଲ୍ଲେଖ କରିଥିଲେ ସୁଦ୍ଧା ତାହା କେବଳ ଶୁଣାଣିରେ ରହିଯାଇଛି । ତଥାପି ଜୀବନ ସଂଘର୍ଷ କରି ଭିକ୍ଷାବୃତି, ନାଚଗୀତ, ବିଭିନ୍ନ କାମଧନ୍ଦା କରି ପେଟ ପୋଷୁଥିଲେ । ହେଲେ ରେଳବାଇ କଟକଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଏବେ ବନ୍ଦ ଥିବାରୁ ବର୍ତ୍ତମାନ ସେମାନେ ବେସାହାରା ହୋଇପଡିଛନ୍ତି । ନା ଅଛି ନିଜସ୍ୱ ବାସସ୍ଥାନ, ନା ଅଛି ରୋଜଗାର, ନା ଅଛି ବଂଚିବାକୁ ପାଖରେ ସମ୍ବଳ । ପ୍ରଶାସନର ଅବହେଳିତ ଶୀକାର ସମୟରେ ଦୁଃଖର ସାଥୀ ହୋଇ ପାଖରେ ପହଞ୍ôଚଥିଲେ ସୁପ୍ରିମ୍ କୋର୍ଟର ଓକିଲ ତଥା ସମାଜସେବୀ ରାଧାକାନ୍ତ ତ୍ରିପାଠୀ । ଗୋଟିଏ ମାସର ରାସନ୍ ଚାଉଳ, ଅଟା, ମସଲା ଇତ୍ୟାଦି ଦେବା ସହ ଏମାନଙ୍କ ଅସୁବିଧା ପଚାରି ବୁଝିବା ସହିତ କିପରି ସରକାରୀ ସୁବିଧା ପାଇବେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମାନବାଧିକାର ନିକଟରେ ଦାବିପତ୍ର ପ୍ରଦାନ କରିବେ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.