Home ଜିଲ୍ଲା ପରିକ୍ରମା ଏକାଥରକେ ଫୁଟିଲା ୧୭ଟି ଦୁର୍ଲ୍ଲଭ ବ୍ରହ୍ମକମଳ ପୁଷ୍ପ

ଏକାଥରକେ ଫୁଟିଲା ୧୭ଟି ଦୁର୍ଲ୍ଲଭ ବ୍ରହ୍ମକମଳ ପୁଷ୍ପ

349

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଥାରେ ଅଛି ଯଦି ଭଗବାନ ବ୍ରହ୍ମାଙ୍କ ଦର୍ଶନ ହୋଇନାହିଁ, ତେବେ ବ୍ରହ୍ମକମଳ ଦର୍ଶନ କରନ୍ତୁ । ଏହି ଦୁର୍ଲ୍ଲଭ ପୁଷ୍ପ ବ୍ରହ୍ମକମଳର ଦର୍ଶନ ମାତ୍ରେ ମଣିଷର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । କୁହାଯାଏ ଏହି ଦୁର୍ଲ୍ଲଭ ପୁଷ୍ପ ବ୍ରହ୍ମକମଳରେ ବାସ କରନ୍ତି ସ୍ୱୟଂ ବ୍ରହ୍ମା । ତେଣୁ ଏହି ପୁଷ୍ପର ରହିଛି ସ୍ୱତନ୍ତ୍ର ପରିଚୟ । ସାଧାରଣତଃ ଏହି ଫୁଲ କୌଣସି ବାଡି ବଗିଚାରେ ଦେଖିବାକୁ ମିଳିନଥାଏ । ତେବେ ଗୋଟେ କି ୨ଟା ନୁହଁ ଏକାଥରକେ ୧୭ଟି ବ୍ରହ୍ମକମଳ ଫୁଲ ଜଣଙ୍କ ଘରେ ଫୁଟିଥିବା ଦେଖିବାକୁ ମିଳିଛି । ଭଦ୍ରକ ସହର ଜଗନ୍ନାଥପୁରବାସୀ ପ୍ରଫୁଲ୍ଲ ଲେଙ୍କାଙ୍କ ଘରେ ଏକାଥରେ ୧୭ଟି ବ୍ରହ୍ମକମଳ ଫୁଲ ଫୁଟିଛି । ପ୍ରଫୁଲ୍ଲ ତାଙ୍କ ଘରେ କୁଣ୍ଡରେ ଲଗାଇଥିବା ତିନୋଟି ଗଛରେ ଏହି ୧୭ଟି ଦୁର୍ଲ୍ଲଭ ଫୁଲ ବ୍ରହ୍ମକମଳ ଫୁଟିଛି । ୩ ବର୍ଷ ତଳେ ପ୍ରଫୁଲ୍ଲ ଲେଙ୍କା ଏହି ୩ଟି ଗଛ ଲଗାଇଥିଲେ, ହେଲେ ପ୍ରଥମଥର ଏତେ ସଂଖ୍ୟାରେ ବ୍ରହ୍ମକମଳ ଫୁଲ ଫୁଟିଛି । ତେବେ ଏହା କେବଳ ଭଗବାନଙ୍କ ଆଶୀର୍ବାଦ ବୋଲି କହିବା ସହ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ପ୍ରଫୁଲ୍ଲ ଲେଙ୍କା । ଫୁଟିଥିବା ବ୍ରହ୍ମକମଳ ଫୁଲ ମନ୍ଦିରକୁ ଦେବା ସହ ନିଜ ଘରେ ଜଗନ୍ନାଥଙ୍କ ପାଖରେ ଲଗାଇଛନ୍ତି । ବହୁ ପ୍ରତୀକ୍ଷା ପରେ ଆଜି ସତରେ ମୋ ମନ ବହୁତ ପ୍ରଫୁଲ୍ଲ ବୋଲି କହିଛନ୍ତି ପ୍ରଫୁଲ୍ଲ । ତେବେ ଏହି ଦୁର୍ଲ୍ଲଭ ଫୁଲ ବ୍ରହ୍ମକମଳର ବିଶେଷ୍ୱତ ହେଉଛି ଏହା ରାତିରେ ଫୁଠିଥାଏ ଆଉ ସକାଳ ହେଉ ହେଉ ଝାଉଁଳି ଯାଇଥାଏ । ବ୍ରହ୍ମକମଳ ଫୁଳଗଛର ପତ୍ରରୁ ହିଁ ଫୁଟିଥାଏ, ଯାହା ପାଇଁ ଅନ୍ୟ ସମସ୍ତ ଫୁଲ ଠାରୁ ଏହା ସ୍ୱତନ୍ତ୍ର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.