Home ଅନୁଗୁଳ ଜୀବନସାଥୀ ଫାଉଣ୍ଡେସନ୍ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଜୀବନସାଥୀ ଫାଉଣ୍ଡେସନ୍ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

83

ତାଳଚେର,୨୯/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ସଂକ୍ରମଣର କ୍ରମାଗତ ବୃଦ୍ଧି ସମୟରେ ଦେଖା ଦେଇ ଥିବା ରକ୍ତ ସଙ୍କଟକୁ ଦୃଷ୍ଟିରେ ରଖି ତାଳଚେରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନସାଥୀ ଫାଉଣ୍ଡେସନ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଗୋପାଳପ୍ରସାଦ ପଂଚାୟତ ଅନ୍ତର୍ଗତ କୁସୁମପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଗୋପାଳପ୍ରସାଦ ସରପଂଚ ପୁଷ୍ପାଞ୍ଜଳୀ ଜ୍ୟୋତିଷ,ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ୱ୍ୱାର୍ଡମେମ୍ବର ଶାଶ୍ୱତୀ ଦେହୁରୀ ଓ ଜୀବନସାଥୀ ଫାଉଣ୍ଡେସନ୍‌ର ସଭାପତି ସ୍ୱେଚ୍ଛାସେବୀ ଯୋଗେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶିବିର ଉଦ୍‌ଘାଟନ କରିଥିଲେ । ତାଳଚେର ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏଥିରେ ମୋଟ ୭୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାହୁ,ସାଗର ସାହୁ,ସୌମ୍ୟରଞ୍ଜନ ମାଝୀ,ସୁବ୍ରତ ସାହୁ,ବାଂଛାନିଧି ଦେହୁରୀ,ନରେଶ ପତିଆର,ଗଣେଶ୍ୱର ଦେହୁରୀ,ପୁରେନ୍ଦ୍ର ଜେନା,କାଳନ୍ଦୀ ଦେହୁରୀ,ରୋହିତ ଦେହୁରୀ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ରକ୍ତଦାତାମାନଙ୍କୁ ତାଳଚେର ରକ୍ତ ଭଣ୍ଡାର ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା । କୋଭିଡ୍‌-୧୯ର ନିୟମକୁ ଅନୁପାଳନ ପୂର୍ବକ ରକ୍ତଦାତାମାନେ ମୁହଁରେ ମାସ୍କ ପରିଧାନ କରି ରକ୍ତଦାନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.