Home କେନ୍ଦୁଝର ଭେଟେରାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଭେଟେରାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

22

ହାଟଡିହି-୬ /୧ (ବିକାଶ ବିଶ୍ୱାଳ) ଦ୍ୱିତୀୟ ବାର୍ଷର୍କ ରିଜିଓନାଲ ଭେଟେରାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ବି.କେ ହାଇସ୍କୁଲ ସୋସୋ ଠାରେଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରିଜିଓନାଲ ଭେଟେରାନ କ୍ରିକେଟ ଆସୋସିଏସନର ସଭାପତି ମନମୋହନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ସୋମନାଥ ଦାସ, ସହସମ୍ପାଦକ ଆନନ୍ଦ ଦାସ, ଉପଦ୍ଦେଷ୍ଟା ନାରାୟଣ ଚନ୍ଦ୍ର ବିଶ୍ୱାଳ, ବିଶ୍ୱଜିତ ବେହେରା, ହେମନ୍ତ କୁମାର ସାମଲ, ସୁଦୀପ୍ତ ସାହୁ, ମାନସ ମହାପାତ୍ର, ଶରତ ନାୟକ, ସୋମନାଥ ସ୍ୱାଇଁ, ଅଜିତ ଜେନା, ପ୍ରଦ୍ୟୁମ୍ନ ରାଉତ, ବାପି ଦେହୁରୀ, ଦିଲ୍ଲିପ ନାୟକ, ରଶ୍ମୀରଞ୍ଜନ ରାଉତ, ବଳରାମ ଜେନା, ଶିଶିର ବେହେରା, ପଦ୍ମନାଭ ସାମଲ, ମୁନା ପାତ୍ର, ଜନ୍ମେଜୟ ପାତ୍ର, ଫକିର ଜେନା, ରଶ୍ମୀରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଆସନ୍ତା ୧୬ ଓ ୧୭ତାରିଖ ଦୁଇଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ କରିବାକୁ ନିଷ୍ପତି ନେଇଥିଲେ । ଏଥିରେ ବ୍ଲକର ୪ଟିଯାକ ଜୋନରୁ ୪୦ବର୍ଷ ବୟସରୁ ଉର୍ଦ୍ଧ ପୁର୍ବତନ କ୍ରିକେଟିୟର ମାନେ ଭାଗନେବେ । ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟଟି ଲୋକମାନଙ୍କ ପାଖରେ ଆଦୃତ ହୋଇପାରିôତବାରୁ ଚଳିତବର୍ଷ ଏହାକୁ ଅଧିକ ଆକର୍ଶଣୀୟ କରିବାକୁ ନିଷ୍ପତି ହୋଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.