Home କେନ୍ଦୁଝର ଅଗ୍ନିବିପନ୍ନଙ୍କୁ ମା ତାରିଣୀ ସେବାସଂସ୍ଥା ପକ୍ଷରୁ ସହାୟତା

ଅଗ୍ନିବିପନ୍ନଙ୍କୁ ମା ତାରିଣୀ ସେବାସଂସ୍ଥା ପକ୍ଷରୁ ସହାୟତା

57

ହାଟଡିହି-୬ /୧ (ବିକାଶ ବିଶ୍ୱାଳ) ଗତ ୫ତାରିଖରେ ସମଣା ପଞ୍ଚାୟତର ତେଲସିଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ ଘଟି କୃଷ୍ଣଚନ୍ଦ୍ର ଜେନା ଓ ଗୁନ ଜେନା ସର୍ବସ୍ୱାନ୍ତ ହୋଇଯାଇଥିବା ବେଳେ ଏହି ଦୁଇଟି ପରିବାରକୁ ମା ତାରିଣୀ ସେବାସଂସ୍ଥା ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଏହି ଗରିବ ପରିବାର ଦୁଇଟି ଅଗ୍ନିକାଣ୍ଡରେ ନିଜର ସର୍ବସ୍ୱ ହରାଇ ଶୀତ କାକରରେ ପଡିରହିଥିବା ଜାଣିବାପରେ ଆଜି ମା ତାରିଣୀ ସେବାସଂସ୍ଥାର ସଭାପତି ନନ୍ଦୁ ଚରଣ ଜେନା, ମୁଖ୍ୟ ଉପଦ୍ଦେଷ୍ଟା ମଧୁସୁଦନ ସାହୁଙ୍କ ସହିତ ନାରାୟଣ ନାୟକ, ପ୍ରକାଶ ଜେନା, ସତ୍ୟବ୍ରତ ଜେନା, ପ୍ରଶାନ୍ତ ଦାସ, ଜ୍ୟୋତ୍ସାରାଣୀ ପଣ୍ଡା, ଅନ୍ନପୁର୍ଣ୍ଣା ମଲ୍ଲିକ, ଅଜୟ କୁମାର ଦାସ ପ୍ରମୁଖ ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଚାଉଳ, ଡାଲି, ପିନ୍ଧିବାପାଇଁ ଲୁଗାପଟା, ଶୀତବସ୍ତ୍ର, ଓ ପନିପରିବ. ଶୁଖିଲା ଖାଦ୍ୟ ଓ ରାସନସାମଗ୍ରୀ ଆଦି ଯୋଗାଇଦେଇଥିଲେ । ବିପନ୍ନମାନେ ନିଜର ସର୍ବସ୍ୱ ହରାଇଥିବାରୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସହିତ ଆବାସ ଯୋଜନାରେ ଘର ଦୁଇଟି ଯୋଗାଇଦେବାପାଇଁ ସଭାପତି ନନ୍ଦୁ ଚରଣ ଜେନା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.