Home କେନ୍ଦ୍ରାପଡ଼ା ଭୂମିହୀନ ପରିବାରକୁ ଅନ୍ତଦୋୟକାର୍ଡ ଯୋଗାଇଦେବାକୁ ନିବେଦନ

ଭୂମିହୀନ ପରିବାରକୁ ଅନ୍ତଦୋୟକାର୍ଡ ଯୋଗାଇଦେବାକୁ ନିବେଦନ

170

କେନ୍ଦ୍ରାପଡ଼ା ୨୬ ଜୁଲାଇ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ଭୂମିହୀନ ପରିବାରକୁ ସରକାରଙ୍କ ଅନ୍ତଦୋୟକାର୍ଡ ଯୋଜନାରେ ଏକ କାର୍ଡ ଯୋଗାଇଦେବାକୁ ସଂପୃକ୍ତ ପରିବାର ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଛି। କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୯ନମ୍ବର ୱାର୍ଡର ସାନ୍ତସାହି ଗ୍ରାମର ବିକାଶ କୁମାର ଖୁଣ୍ଟିଆଙ୍କ ପତ୍ନୀ କୁନି ସାହୁ ସୋମବାର ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ତାଙ୍କୁ ଏକ ଅନ୍ତଦୋୟକାର୍ଡ ଯୋଗାଇଦେବାକୁ ନିବେଦନ କରିଛନ୍ତି। କୁନିଙ୍କ ପରିବାରଟି ଏକ ଗରିବ ଭୂମିହୀନ ପରିବାର ହୋଇଥିବା ବେଳେ ତାଙ୍କ ସ୍ୱାମୀ ଜଣେ ଦିନମଜୁରିଆ ଅଟନ୍ତି। ତାଙ୍କର ଏକ ୧୪ମାସର ଝିଅଟି ରହିଛି। ତାଙ୍କର ପୂର୍ବରୁ ଏକ ରାସନକାର୍ଡ ରହିଥିବା ବେଳେ ତାଙ୍କୁ ଏବେ ଗୋଟିଏ ଅନ୍ତଦୋୟକାର୍ଡ ଯୋଗାଇ ଦିଆଯିବାକୁ ସେ ପରିବାର ସହିତ ଉପଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.