Home ଜିଲ୍ଲା ପରିକ୍ରମା ଭୁଲ୍ ଇଞ୍ଜେକସନ ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ, ଘରୋଇ କ୍ଲିନିକ୍‌ରେ ଉତ୍ତେଜନା, ଆକ୍ରମଣରେ ଡାକ୍ତର ଓ...

ଭୁଲ୍ ଇଞ୍ଜେକସନ ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ, ଘରୋଇ କ୍ଲିନିକ୍‌ରେ ଉତ୍ତେଜନା, ଆକ୍ରମଣରେ ଡାକ୍ତର ଓ କର୍ମଚାରୀ ଆହତ

36

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆରଡିଛକ ଚେକ୍‌ଗେଟ ନିକଟରେ ଏକ ଘରୋଇ କ୍ଲିନିକ୍‌ରେ ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପରେ ସେଠାରେ ଉତ୍ତେଜନା ଦେଖାଦେବା ସହ କ୍ଲିନିକ୍‌ର ଡାକ୍ତର ଓ କର୍ମଚାରୀଙ୍କୁ ଆକ୍ରମଣ କରି ଆହତ କରିଥିବାର ଜଣାପଡିଛି। ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ପହଞ୍ôଚ ତଦନ୍ତ ଆରମ୍ଭ କରିବା ସହ ମର ଶରୀରକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି। ମିଳିଥିବା ପ୍ରାପ୍ତ ସୂଚନା ଅନୁସାରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ କରଞ୍ଜଆଡିଆ ଗ୍ରାମର ରତିକାନ୍ତ ପଣ୍ଡାଙ୍କ ପୁଅ ରାଜମୋହନର ସ୍ୱାସ୍ଥ୍ୟ ଖରାପ ଥିବାରୁ ଆରଡିଛକ ଠାରେ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ଘରୋଇ କ୍ଲିନିକ୍‌କୁ ଆଣିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ସେଠାରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ। କିନ୍ତୁ ପରେ ଗୋଟିଏ ଇଞ୍ଜେକସନ୍ ଦେବା ପରେ ହଠାତ୍ ତାଙ୍କ ପୁଅ ରାଜମୋହନ ଅସୁସ୍ଥ ହୋଇଥିଲେ। କିଛିସମୟ ମଧ୍ୟରେ ଶିଶିୁର ମୃତ୍ୟୁ ହୋଇଥିଲା। ତେବେ ଭୁଲ୍ ଇଞ୍ଜେକସନ ଯୋଗୁଁ ତାଙ୍କ ପୁତ୍ରର ମୃତ୍ୟୁ ଅଭିଯୋଗ କରିଥିଲେ। ଏବଂ ସେଠାରେ ଉତ୍ତେଜେନା ଦେଖାଦେବା ସହ କ୍ଲିନିକ୍‌ର ଡାକ୍ତର, ଡାକ୍ତରଙ୍କ ପରିବାର ଓ କର୍ମଚାରୀଙ୍କୁ ଆକ୍ରମଣ କରି ଆହତ କରିଥିବାର ମଧ୍ୟ ଅଭିଯୋଗ ହୋଇଛି। ଶିଶୁଟିର ଚିକିତ୍ସା ଆରମ୍ଭ ହୋଇ ଅବସ୍ଥା ଗୁରୁତର ହେବାରୁ କ୍ଲିନିକ୍ କର୍ତ୍ତୃପକ୍ଷ ତାକୁ ଭଦ୍ରକ ଡାକ୍ତରଖାନା ରେଫର କରାଇଥିଲେ ମଧ୍ୟ ରୋଗୀକୁ ତୁରନ୍ତ ଡାକ୍ତରଖାନା ନନେବାରୁ ଏଭଳି ଅଘଟଣ ଘଟିଥିବା ବିଷୟ କହିଛନ୍ତି କ୍ଲିନିକ୍ କର୍ତ୍ତୃପକ୍ଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.