Home ଜିଲ୍ଲା ପରିକ୍ରମା ଭୁଲି ଯାଉଛନ୍ତି ସାମାଜିକ ଦୂରତା! ଫାଣ୍ଡିଛକ ଫଳବଜାର ସିଲ୍ ବେଳେ ଉତ୍ତେଜନା

ଭୁଲି ଯାଉଛନ୍ତି ସାମାଜିକ ଦୂରତା! ଫାଣ୍ଡିଛକ ଫଳବଜାର ସିଲ୍ ବେଳେ ଉତ୍ତେଜନା

102

ବାଲେଶ୍ୱର, ୧୬ା୬ (ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାର ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ଆଜି ଫାଣ୍ଡିଛକ ଫଳ ବଜାର ସିଲ୍ ବେଳେ ଉତ୍ତେଜନା ଦେଖାଦେଇଥିଲା। ବିଶେଷ କରି ରଜ ପାଇଁ ମାର୍କେଟିଂ ବେଳେ ଦୋକାନୀଙ୍କ ସମେତ ସାଧାରଣ ଲୋକେ ସାମାଜିକ ଦୂରତା ରକ୍ଷା କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ତେବେ ଭୁବନେଶ୍ୱରରେ ଏହିଭଳି ପରିସ୍ଥିତି ଦେଖି ବିଏମସି ପକ୍ଷରୁ ମାର୍କେଟ ବିଲ୍ଡିଂକୁ ସିଲ୍ କରାଯାଇଥିବା ବେଳେ ଅନୁରୂପ ଭାବେ ବାଲେଶ୍ୱର ପୌରପାଳିକା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ମାତ୍ର ଦୋକାନୀମାନେ ଏହାର ଦୃଢ଼ ବିରୋଧ କରିଥିଲେ। କିଛି ସମୟ ପାଇଁ ସେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲକ୍ଷ୍ୟ କରାଯାଇଥିଲା। ଫାଣ୍ଡିଛକରେ ସ୍ୱଳ୍ପ ସ୍ଥାନରେ ଅଧିକ ଦୋକାନ ସାଙ୍ଗକୁ ଗ୍ରାହକଙ୍କ ଭିଡ଼ ଯୋଗୁଁ ଆଦୌ ସାମାଜିକ ଦୂରତା ରକ୍ଷା କରାଯାଇ ପାରୁ ନଥିବା ପୌର କର୍ତ୍ତୃପକ୍ଷ କହିଛନ୍ତି। ଏହି ଦୋକାନୀମାନଙ୍କୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପୌରପାଳିକା ପକ୍ଷରୁ ନିଷ୍ପତି ନିଆଯାଇଥିବା ଅଧିକାରୀମାନେ ସୂଚନା ଦେଇଥିଲେ। ମାତ୍ର ଦୋକାନୀଙ୍କ ବିରୋଧ ଯୋଗୁଁ ଫାଣ୍ଡିଛକରେ ଅଭାବନୀୟ ପରିସ୍ଥିତି ଲକ୍ଷ୍ୟ କରାଯାଇଥିଲା। ତେବେ ଫାଣ୍ଡିଛକ ପାଶ୍ୱର୍ରେ ସହଦେବଖୁଣ୍ଟା ଥାନା ରହିଥିବା ବେଳେ ପୁଲିସ ଇଚ୍ଛା କଲେ ସହଜରେ ଗହଳି ନିୟନ୍ତ୍ରଣ କରି ପାରନ୍ତା। ସେଥିପ୍ରତି ଦୃଷ୍ଟି ନଦେଇ ଏଠାରୁ ଫଳ ମାର୍କେଟ ସ୍ଥାନାନ୍ତର ଅତ୍ୟନ୍ତ ଅଯୁକ୍ତିକର ନିଷ୍ପତି ବୋଲି କେତେକ ଦୋକାନୀ କହିଥିଲେ। ତେବେ ଦୀର୍ଘ ସମୟର ଟସଲ ମଧ୍ୟରେ ଫଳବଜାର ସିଲ୍ କାର୍ଯ୍ୟାନୁଷ୍ଠାନ ଅମୀମାଂସିତ ରହିଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.