Home କେନ୍ଦୁଝର ଗଛ ମଣିଷ ଭାସ୍କର ରାଉତଙ୍କ ପରଲୋକ

ଗଛ ମଣିଷ ଭାସ୍କର ରାଉତଙ୍କ ପରଲୋକ

75

ହାଟଡ଼ିହି, ୩୦ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ମୁଗୁପୁର ଅଂଚଳର ଗଛ ମଣିଷ ଭାବେ ପରିଚିତ ପଂଚୁଗୋଛିଆ ଗ୍ରାମପଞ୍ଚାୟତର ବଳଭଦ୍ରପୁର ଗ୍ରାମର ଭାସ୍କର ରାଉତଙ୍କ ୯୪ ବର୍ଷ ବସୟରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ତାରା ରାଉତ, ପୁଅ ଦୀନବନ୍ଧୁ ରାଉତ, ଜଗତ୍ ରାଉତ, ହୃଷିକେଶ ରାଉତ ଓ ସୁକାନ୍ତ ରାଉତ ପୁତ୍ର ବଧୂ, ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ସେ ମୁଗୁପୁର ଅଂଚଳର ବିଭିନ୍ନ ସ୍ଥାନରେ ସେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରିବା ସହିତ ଦୁଇଟି ଜଳାଶୟ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଖନନ କରିଛନ୍ତି । ସେ ଜଣେ ଦରଦୀ, ପରୋପକାରୀ, ମିଷ୍ଟଭାଷୀ ଓ ଧାର୍ମିକ ବ୍ୟକ୍ତିଭାବରେ ସମଗ୍ର ମୁଗୁପୁର ଅଂଚଳରେ ବେଶ୍ ପରିଚିତ । ତାଙ୍କ ବିୟୋଗରେ ସମଗ୍ର ମୁଗୁପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପରଲୋକ ଖବର ପ୍ରଚାରିତ ହେବାମାତ୍ରେ ପଞ୍ଚୁଗୋଛିଆ ପଞ୍ଚାୟତର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣକରି ଶେଷଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଭଜନ କୀର୍ତନ କରି ଗ୍ରାମ ପରିକ୍ରମା କରାଯାଇ ବୈତରଣୀ ନଦୀ କୂଳରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ବଡ଼ ପୁତ୍ର ଦୀନବନ୍ଧୁ ରାଉତ ମୁଖାଗ୍ନି ଦେଇଥିଲେ । ଗ୍ରାମର ଅନେକ ବ୍ୟକ୍ତି ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.