Home ଜିଲ୍ଲା ପରିକ୍ରମା ଭୁବନେଶ୍ୱର ଠାରେ ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ପୁଲିସ ଆକ୍ରମଣର ପ୍ରତିବାଦ, ଜିଲ୍ଲା କଂଗ୍ରେସ ପକ୍ଷରୁ...

ଭୁବନେଶ୍ୱର ଠାରେ ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ପୁଲିସ ଆକ୍ରମଣର ପ୍ରତିବାଦ, ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଘେରାଉ ଓ ଧାରଣା

67

ଭଦ୍ରକ, ୧୪ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ଏକ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ଦାବି କରିଛି ଜିଲ୍ଲା କଂଗ୍ରେସ କମିଟି । ଏହି ତଦନ୍ତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ ହେବା ସହିତ ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର କରି ତାଙ୍କ ନାମରେ ମାମଲା ରୁଜ୍ଜୁ କରିବା, ଗତ ୧୦ ତାରିଖ ଛାତ୍ର କଂଗ୍ରେସର ବିକ୍ଷୋଭ ସମୟରେ ପୁଲିସର ମରଣାନ୍ତକ ଆକ୍ରମଣ ଓ କଂଗ୍ରେସ ଭବନ ମଧ୍ୟରେ ପ୍ରବେଶ କରି ମାଡ଼ ମାରିବା ଘଟଣାର ନ୍ୟାୟିକ ତଦନ୍ତ, କର୍ତ୍ତବ୍ୟରେ ଅବହେଳା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ବହିଷ୍କାର କରିବା ଦାବିରେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ଘେରାଓ କରାଯିବା ସହ ଧାରଣା ଦିଆଯାଇଥିଲା । ଛାତ୍ର କଂଗ୍ରେସ କର୍ମୀମାନେ ଧାରଣା ଶେଷରେ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳା ଦାହ କରିଥିଲେ । ଦିନ ପ୍ରାୟ ଗୋଟାଏ ସମୟରେ ଅତିରିକ୍ତ ଏସପି ଧାରଣାସ୍ଥଳକୁ ଆସି ଓଡିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପରୋକ୍ତ ଦାବି ସମ୍ବଳିତ ସ୍ମାରକପତ୍ର ଗ୍ରହଣ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ପୂର୍ବାହ୍ନ ୧୧ଟା ସମୟରେ ଏକ ବିଶାଳ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ସେଠାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ସଭାପତିତ୍ୱ କରି ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ କହିଥିଲେଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ମହିଳା ନିର୍ଯ୍ୟାତନା ମାମଲାରେ ଓଡିଶା ଏବେ ଆସାମ ପରେ ଦ୍ୱିତୀୟ ରାଜ୍ୟ ହୋଇଛି ।

ବଳାତ୍କାର ମାମଲା ମଧ୍ୟ ବଢ଼ିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ‘ଦି ଲ ଉଇଲ ଟେକ ଇଟ୍‌ସ ଓନ କୋର୍ସ’ ପ୍ରହସନରେ ପରିଣତ ହୋଇଛି ବୋଲି କହିଥିଲେ । ବାସୁଦେବପୁର ବିଧାନସଭାସ୍ତରୀୟ ନେତା ଅଶୋକ ଦାସ କହିଥିଲେଯେ ମମିତାଙ୍କ ପରିବାରକୁ ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି କଂଗ୍ରେସର ଏହି ଆନ୍ଦୋଳନ ଚାଲୁ ରହିବ । ଛାତ୍ରମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା ଉପରେ ପୁଲିସର ବର୍ବୋରଚିତ ଆକ୍ରମଣ ନିନ୍ଦନୀୟ । ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି ନିଜ ବକ୍ତବ୍ୟରେ ରାଜ୍ୟ ପୁଲିସକୁ ତୀବ୍ର ସମାଲୋଚନା କରି କହିଥିଲେଯେ ଏହା ଶାସକ ବିଜେଡି ଦଳର ଗୁଣ୍ଡା ସାଜିଛି । ଯେଭଳି ଭାବରେ ବିଜେଡିର ଏହି ପାଳିତ ଗୁଣ୍ଡାବାହିନୀ ରାଜ୍ୟ କଂଗ୍ରେସ ଭବନରେ ପ୍ରବେଶ କରି ନିରୀହ କର୍ମଚାରୀ ଓ କର୍ମୀଙ୍କୁ ଆକ୍ରମଣ କଲେ ତାହା ସଭ୍ୟ ସମାଜରେ ବିରଳ ଘଟଣା ବୋଲି ଶ୍ରୀ ମହାନ୍ତି କହିଥିଲେ । ସେହିପରି ଚାନ୍ଦବାଲି ବିଧାନସଭାସ୍ତରୀୟ ନେତା ଦିଗମ୍ବର ଦାସ କହିଥିଲେଯେ ମମିତା ମେହେର ଠାରୁ ଆରମ୍ଭ କରି ମାହାଙ୍ଗ ଡ଼ବଲ ମର୍ଡର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ବିଜେଡି ମନ୍ତ୍ରୀଙ୍କ ସନ୍ଦେହଜନକ ଭୂମିକା ଥିବାବେଳେ, ମୁଖ୍ୟମନ୍ତ୍ରୀ ନିରବ ବସିଛନ୍ତି । ତେଣୁ ଉପରୋକ୍ତ ୪ଟି ଦାବି ପୂରଣ କରିବାକୁ ଉପସ୍ଥିତ ନେତୃମଣ୍ଡଳୀ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ସଭାନେତ୍ରୀ ସବିତା ଚାନ୍ଦ, ଅବଦୁଲ ମୋକିଦ ଖାନ, ସରୋଜ ଦାସ, ରଜନିକାନ୍ତ ଚାନ୍ଦ, ଅଭିଷେକ ରାଉତ, ନରନାରାୟଣ ଜେନା, ଦେବେନ୍ଦ୍ର ମହାନ୍ତି, ସ୍ପନ୍ଦନ ମଲ୍ଲିକ, ନିରଂଜନ ମଲ୍ଲିକ, ଅଜୟ ସାହୁ, ପିତବାସ ଧଳ, ଭବେନ୍ଦ୍ର ସାହୁ, ପ୍ରଦ୍ୟୁମ୍ନ ଦାସ, ବିଜୟ ବାରିକ, ସୌମ୍ୟରଂଜନ ବାରିକ, ଗୋଲକ ମହାପାତ୍ର, ରମେଶ ଚନ୍ଦ୍ର ଭାରତୀ, ରଂଜନ ଜେନା, ହେମନ୍ତ ମହାପାତ୍ର, ସୁବ୍ରତ ବେହୁରିଆ, ସୁଲୋଚନା ନାୟକ ପ୍ରମୁଖ ଶୋଭାଯାତ୍ରାର ଓ ଧାରଣାର ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.