Home କୋରାପୁଟ ଦଶମନ୍ତପୁର ପେଡିସିଲ ବ୍ରିଜ କାର୍ଯ୍ୟ ଆରମ୍ଭ କରିବାକୁ ଦାବି

ଦଶମନ୍ତପୁର ପେଡିସିଲ ବ୍ରିଜ କାର୍ଯ୍ୟ ଆରମ୍ଭ କରିବାକୁ ଦାବି

39

କୋରାପୁଟ ୧୪-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର ଦଶମନ୍ତପୁର ପେଡିସିଲ ବ୍ରିଜ ଉପରେ  ୧୨ ଟି ପଂଚାୟତବାସୀ ନିର୍ଭର କରନ୍ତି କିନ୍ତୁ ନିର୍ମାଣଧିନ ବ୍ରିଜଟି ଦବି ଯିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ ବ୍ରିଜ ଉପରେ ଯାତାୟତ ବନ୍ଦ କରିଦେଇଛନ୍ତି ।ପୁରୁଣ ବ୍ରିଟିଶ ଅମଳ ବ୍ରିଜ ଉପରେ ବାସିନ୍ଦା ନିର୍ଭର କରୁଛନ୍ତି ।ଉକ୍ତ ବ୍ରିଜର ପୁନଃ ନିର୍ମାଣ କରିବାକୁ ଦଶମନ୍ତପୁର ବିକାଶ  ପରିଷଦ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା ।କିନ୍ତୁ ୬ ମାସ ବିତିଗଲାଣି କାର୍ଯ୍ୟ ଆରମ୍ଭ କରାଯାଇ ନ ଥିବା ବ୍ଲକ କଂଗ୍ରେସ ସଭାପତି ବେଣୁଧର ପାତ୍ର ପ୍ରକାଶ କରିଛନ୍ତି ।ଆସନ୍ତା ୧୮ ତାରିଖ ମଧ୍ୟରେ ବ୍ରିଜ କାର୍ଯ୍ୟ ଆରମ୍ଭ  ନ ହେଲେ ଆସନ୍ତାବର୍ଷ ଜାନୁଆରୀ ୩ ତାରିଖରେ ଦଶମନ୍ତପୁରରେ ଯାନବାହାନ ଓ ଦୋକାନବଜାର ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।ଏପରିକି ଜାନୁଆରୀ ୨୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି  ଜିଲ୍ଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ହୁଇକା,ରମାକାନ୍ତ ଦଳାଇ,ମୋହନପାତ୍ର ହିଆଲ,ସୁନାମ କନ୍ଧପାଣ,ଧନପତି ମୁଦୁଲି,ଆନନ୍ଦ ମାଝି,ଦିଲିପ ବାଘ,ତ୍ରୀନାଥ ବିଷୋୟୀ,ସୁବାସ ଖୋସଲା,ଅର୍ଜୁନ ଚେଟ୍ଟୀ, ଓ ମାଧବ ଚେଟ୍ଟୀ ପ୍ରମୁଖ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.