Home ଜିଲ୍ଲା ପରିକ୍ରମା ଏସଏମସି ଗଠନ, ରାଢ଼ୋସ୍କୁଲରେ ଉତ୍ତେଜନା, ଶିକ୍ଷକ ଓ ସଂଯୋଜକଙ୍କୁ ଅଟକ, ଫଳାଫଳ ଲେଖା ଦେଇ ମୁକୁଳିଲେ,...

ଏସଏମସି ଗଠନ, ରାଢ଼ୋସ୍କୁଲରେ ଉତ୍ତେଜନା, ଶିକ୍ଷକ ଓ ସଂଯୋଜକଙ୍କୁ ଅଟକ, ଫଳାଫଳ ଲେଖା ଦେଇ ମୁକୁଳିଲେ, ରହଣିଆ ଏସଏମସି ଗଠନକୁ ଜଗିଲା ପୁଲିସ୍‌

48

ଭଦ୍ରକ, ୧୪ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରହଣିଆ ପଞ୍ଚାୟତ ବିଭିନ୍ନ ବିଦ୍ୟାଳୟରେ ଏସଏମସି ଗଠନକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ରହଣିଆ ନୋଡାଲ ଉଚ୍ଚବିଦ୍ୟାଳୟ ପରିଚାଳନା ପରିଷଦ ଗଠନକୁ ଆଜି ପୁଲିସ ସୁରକ୍ଷା ପାଇଁ ଉପସ୍ଥିତ ରହିଥିବା ଜଣାଯାଇଛି । ଆଜି ପରିଚାଳନା ପରିଷଦ ଗଠନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ପଞ୍ଚାୟତ ନିର୍ବାଚନ ଉଷ୍ମତା ଯୋଗୁଁ ଦୁଇଗୋଷ୍ଠୀ ପରଷ୍ପର ରଣନୀତି ପ୍ରସ୍ତୁତ କରି ବିଦ୍ୟାଳୟକୁ ପ୍ରବେଶ କରିବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଧାନଶିକ୍ଷକ ଦେବଦତ୍ତ ଜେନା ପୁଲିସକୁ ସୁରକ୍ଷା ମାଗିଥିଲେ । ପୁଲିସ ପହଞ୍ôଚବା ପରେ ପରିସ୍ଥିତି ସ୍ୱାଭାବିକ ହୋଇ ପରିଷଦ ଗଠନ କରାଯାଇଥିଲା । ସ୍ଥାନୀୟ ସାଧନ ସଂଯୋଜକ ଦିଲ୍ଲିପ ଓଝା, ବିଇଓଙ୍କ ପ୍ରତିନିଧି ଷୋଳମପୁର ସାଧାନକେନ୍ଦ୍ର ସଂଯୋଜକ ବିନୋଦ ରାଉତ ଓ ସ୍ୱତନ୍ତ୍ର ପରିଦର୍ଶକ ସଂଜତ ସାମଲ ପରିଚାଳନା ପରିଷଦ ଗଠନ ପରିଚାଳନା କରିଥିଲେ । ଏହା ପୂର୍ବରୁ ଗତ ସୋମବାର ରାଢ଼ୋ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବିବାଦକୁ କେନ୍ଦ୍ର କରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ କେନ୍ଦ୍ର କରି ଅଭିଭାବକମାନେ ଅପରାହ୍ନରେ ତାଲା ପକାଇ ଶିକ୍ଷା ସଂଯୋଜକ ଓ ଶିକ୍ଷକଙ୍କୁ ଅଟକ ରଖିଥିବାରୁ ପୁଲିସ ସମାଧାନ ପାଇଁ ଉଦ୍ୟମ ଚଳାଇଥିଲେ ।

ବିଦ୍ୟାଳୟ କମିଟି ଗଠନ ପାଇଁ ଅଭିଭାବକମାନେ ଦୁଇଗୋଷ୍ଠୀରେ ବିଭାଜିତ ହୋଇଥିଲେ । ଉଭୟ ପକ୍ଷରୁ ପୃଥ୍‌କ ନାମ ଆସିବା ପରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ୪୧ ଜଣ ଓ ଅନ୍ୟ ଗୋଷ୍ଠୀ ପକ୍ଷରୁ ୩୧ ଜଣଙ୍କ ସମର୍ଥନ ଥିବା ଜଣାପଡିଥିଲା । କମ ମତ ପ୍ରାପ୍ତ ଗୋଷ୍ଠୀ କମିଟି ଗଠନ ଟାଳିବା ଲକ୍ଷ୍ୟରେ ସ୍ଥାନ ଛାଡି ପଳାଇଥିଲେ । କମିଟି ପର୍ଯ୍ୟବେକ୍ଷଣ ତଥା କମିଟି ଗଠନ ପରିଚାଳନା ଦାଇତ୍ୱରେ ବିଦ୍ୟାଳୟକୁ ଯାଇଥିବା ରହଣିଆ ସାଧନକେନ୍ଦ୍ର ସଂଯୋଜକ ଦିଲ୍ଲିପ ଓଝା, ବ୍ଲକଶିକ୍ଷାଧିକାରୀଙ୍କ ପ୍ରତିନିଧି ତଥା ଷୋଳମପୁର ସାଧନକେନ୍ଦ୍ର ସଂଯୋଜକ ବିନୋଦ ରାଉତ ଓ ବିଦ୍ୟାଳୟର ଶିକ୍ଷକମାନେ କମିଟି ଗଠନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଏଥିରେ ଅଧିକ ସଂଖ୍ୟକ ଅଭିଭାବକ ଉତ୍ତେଜିତ ହୋଇ ଖବରପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସେମାନଙ୍କୁ ବିଦ୍ୟାଳୟରେ ଅଟକ ରଖିଥିଲେ । ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଥିଲେ ମଧ୍ୟ କୌଣସି ସାମଧାନର ସୂତ୍ର ବାହାରିପାରି ନାହିଁ । ସାଧନକେନ୍ଦ୍ର ସଂଯୋଜକ ପକ୍ଷପାତ କରୁଥିବା ଅନୈତିକ ଭାବେ ପରାଜୟ ଏଡାଇବାକୁ କମିଟି ଗଠନ ସ୍ଥଗିତ ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରି ସେମାନଙ୍କୁ ଅଟକ ରଖିଥିଲେ । ପୁଲିସ ଉପସ୍ଥିତିରେ ସାଧନକେନ୍ଦ୍ର ସଂଯୋଜକ ଦିଲ୍ଲିପ ଓଝା କମିଟି ଗଠନ ଫଳାଫଳ ଲିଖିତ ଭାବେ ପ୍ରଦାନ କରିବା ପରେ ମୁକୁଳିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.