Home Top News ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ତୈଳ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶକୀୟ ସାମଗ୍ରୀ ଦରବୃଦ୍ଧି...

ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ତୈଳ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶକୀୟ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ରାସ୍ତା ଅବରୋଧ

95

ଭୁବନେଶ୍ୱର ୧୯.୧୦ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ତୈଳ, ରନ୍ଧନଗ୍ୟାସ, ଅତ୍ୟାବଶକୀୟ ସାମଗ୍ରୀର ଭୟଙ୍କର ଦରବୃଦ୍ଧି ପ୍ରତିବାଦରେ ମାଷ୍ଟରକ୍ୟାଂଟିନ ଠାରେ ଜନପଥ ରାସ୍ତାକୁ ଦେଢ଼ଘଂଟା ଧରି ଅବରୋଧ କରାଯାଇଥିଲା। ଦରବୃଦ୍ଧି ପଛରେ ଖଳନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଏହି ପରୀପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର କହିଛନ୍ତି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ନିଷ୍ପତିରେ ଆଜି ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଓ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀର ଦର ଅତି ଅମାନବିୟ ଭାବରେ ବୃଦ୍ଧି କରାଯାଇଛି। ସାଧାରଣ ଜନତା ଅନୁଭବ କରୁଛନ୍ତି ରାଜ୍ୟରେ ଓ ଦେଶରେ ଆଉ ଗଣତନ୍ତ୍ରର ଶାସନ ନାହିଁ। ଏଠାରେ ହିଟଲରୀ ଶାସନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଦଳ ପ୍ରତିଶ୍ରୁତି ଦେଇଥିଲେ ପେଟ୍ରୋଲ / ଡିଜେଲ ଦର ୪୦ଟଙ୍କାରେ ସୀମିତ ରଖିବେ। ମନମୋହନ ସିଂ ସରକାରଙ୍କୁ ଲୋକଲୋଚନରେ ବଦନାମ କରିବାପାଇଁ ଏମାନେ ରାଜରାସ୍ତାରେ ଚିତ୍କାର କରୁଥିଲେ। ସେତେବେଳେ ଆନ୍ତଜାର୍ତିକ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ୧୨୦ ଡଲାର ଥିବା ବେଳେ ଭାରତରେ ପେଟ୍ରୋଲ ଲିଟର ୬୫ ଟଙ୍କା ଓ ଡିଜେଲ ଲିଟର ୫୫ ଟଙ୍କା ଓ ରନ୍ଧନଗ୍ୟାସ ଟାଙ୍କି ୩୫୦ ଟଙ୍କାରେ ମିଳୁଥିଲା। ଏବେ ମୋଦି ସରକାରରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ୩୦ ଡଲାରୁ ୮୦ ଡଲାର ପର୍ଯ୍ୟନ୍ତ ଯାଇଛି। ହେଲେ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ପାର ହୋଇଥିବା ବେଳେ ରନ୍ଧନଗ୍ୟାସ ଟାଙ୍କି ୧୦୦୦ ଟଙ୍କାରେ ପଂହଚିଛି। ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ମଧ୍ୟ ମୋଦି ସରକାରର ଏହି ଦରବୃଦ୍ଧି ଅତ୍ୟାଚାର ସମର୍ଥନ କରୁଛନ୍ତି। ଯୁବ ବିଜେଡ଼ି ଦଳ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି କାରଣ ନବୀନ ସରକାରରେ ମଧ୍ୟ ଏହି ଦରବୃଦ୍ଧିରେ ବଡ଼ ଅଂଶ ରହିଛି। ସୁତରାଂ ଦରବୃଦ୍ଧି ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଯୁବ କଂଗ୍ରେସ ମୁଖପାତ୍ର ଅଜୟ ସାହୁ, ସଂକୁନା କହଁର, କୃଷ୍ଣ ମହାନ୍ତି, ସୁବ୍ରତ ମହାପାତ୍ର, ସାଗର ପଟ୍ଟନାୟକ, ସୁରଜ ରାଉତ, ବଳରାମ ନନ୍ଦ, ବିଶ୍ୱଜିତ ଦାସ, ଅବଦୁଲ ସାହାରୁଖ ଖାନ, ସାସ୍ୱତ ନନ୍ଦ, ପିୟୁଷ ରଞ୍ଜନ ଜେନା, ପ୍ରତ୍ୟୁଷ ପ୍ରଧାନ, ପ୍ରତ୍ୟୁଷ କହଁର, ରାଜେଶ ନାୟକ, ସିଦ୍ଧାର୍ଥ ମଲ୍ଲିକ, ସାମସନ ଦାସ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.