Home Top News ଗୃହରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଘେରାଉ କଲେ ଛାତ୍ର କଂଗ୍ରେସ – ସଭାପତି ୟାସିର...

ଗୃହରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସଭବନକୁ ଘେରାଉ କଲେ ଛାତ୍ର କଂଗ୍ରେସ – ସଭାପତି ୟାସିର ନୱାଜ ଗିରଫ

77

ଭୁବନେଶ୍ୱର ୧୯.୧୦ (ଓଡ଼ିଆ ପୁଅ) – ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମକର୍ତାମାନେ ଗୃହମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିଥିଲେ। ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି ଯେ କଳାହାଣ୍ଡି ମହାଲିଙ୍ଗ ପ୍ଲବିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ। ଏହି ସ୍କୁଲର ମାଲିକ ଗୋବିନ୍ଦ ସାହୁ ମନ୍ତ୍ରୀଙ୍କର ନିକଟତମ ଲୋକ। ଏହି ସ୍କୁଲରେ ଚାଲିଥିବା ଯୌନକେଳେଙ୍କାରୀରେ ମନ୍ତ୍ରୀ ଭାଗ ନିଅନ୍ତି। ମନ୍ତ୍ରୀ ଗୋବିନ୍ଦ ସାହୁଙ୍କୁ ଥାନାରୁ ଖସିଯିବା ପାଇଁ ସାହାଯ୍ୟ କରିଥିଲେ। ଗୃହମନ୍ତ୍ରୀ ସୁରକ୍ଷା ଦେବା କଥା। ବାଡ଼ ହୋଇ ଫସଲ ରକ୍ଷା କରିବା ବଦଳରେ ଫସଲ ଖାଇ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’କୁ ସମ୍ମାନ ଆହ୍ୱାନ ଏକ ପ୍ରତାରଣା। ପ୍ରଦେଶ ଛାତ୍ର କଂଗ୍ରେସ ଗୃହମନ୍ତ୍ରୀଙ୍କ ବହିସ୍କାର ଏବଂ ଗିରଫ ଦାବି କରିବା ସହ ଘଟଣାର ସିବିଆଇ ତଦନ୍ତ / ବିଚାରବିଭାଗୀୟ ତଦନ୍ତ ଦାବି କରିଛି। ଛାତ୍ର କଂଗ୍ରେସ ନେତାଙ୍କୁ ଗିରଫ କରି ଛାତ୍ର କଂଗ୍ରେସର ସ୍ୱରକୁ ନବୀନ ସରକାର ଚପାଇ ପାରିବେ ନାହିଁ। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନବୀନ ସରକାର ସୁରକ୍ଷା ନ ଦେଇ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ନିହାର ବେହେରା, ସାଗର ପଟ୍ଟନାୟକ, ବାବୁ ଜେନା, ଅଖିଳେଷ ଯାଦବ, ବିଶ୍ୱଭୂଷଣ ମହାପାତ୍ର, ସମିଉଲ ହକ, ଚିତରଞ୍ଜନ ସାହୁ, ଏହମ୍ମଦ ଖାନ, ଆର୍ଯ୍ୟାନ ସାସମଲ ଓ ସାମସନ ଦାସ ଙ୍କୁ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନ ଠାରୁ ପୋଲିସ ଗିରଫ କରି ଜୟଦେବ ବିହାର ପୋଲିସ ବ୍ୟାରେକରେ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.