Home ଓଡ଼ିଶା କୋଇଲମା ନିକଟ ହରିଡାପଦର ଘରୁ ଅହିରାଜ ସର୍ପ ଉଦ୍ଧାର   

କୋଇଲମା ନିକଟ ହରିଡାପଦର ଘରୁ ଅହିରାଜ ସର୍ପ ଉଦ୍ଧାର   

37

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୧୦- ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ରେ ଜଙ୍ଗଲ ବଢିବା ସହିତ  ବିରଳ ଅହିରାଜ ସର୍ପ ଙ୍କ ସଂଖ୍ୟା ଦିନ କୁ ଦିନ ବଢିବାରେ ଲାଗିଛି । ଏହା ଉଭୟ ଜବତ ଜଙ୍ଗଲ ଓ ରାଜସ୍ୱ ଜଙ୍ଗଲ ରେ ଦେଖିବାକୁ ମିଳୁଛି । କିନ୍ତୁ ସରକାର ରାଜସ୍ୱ ଜଙ୍ଗଲ ଗୁଡିକୁ ରାଜସ୍ୱ ଆଦାୟ ପାଇଁ ଜଙ୍ଗଲ ରେ ଥିବା କଳାମୁଗୁନି ପଥର ନିଲାମ ଦେଇଦେଉଛନ୍ତି । ନିଲାମଧାରୀ ମାନେ ବିସ୍ପୋରଣ ଦ୍ୱାରା ପଥର ଫଟାଇବା ଯୋଗୁଁ ସେହି ଅଂଚଳ ରେ ଥିବା ଅହିରାଜ ସର୍ପ ମାନେ ଭୟଭୀତ ହୋଇ ଜନବସତି ଆଡକୁ  ମାଡି ଆସୁଛନ୍ତି । ଅହିରାଜ ସର୍ପ କୁ ଦେଖି ଲୋକମାନେ ଭୟଭୀତ ହୋଇପଡୁଛନ୍ତି । ସେଭଳି ଘଟଣା ଦେଖିବାକୁ ମିଳିଛି ରଣପୁର କୋଇଲମା ନିକଟ ହରିଡାପଦର ଗ୍ରାମ ରେ  ।

ଗତ ଅକ୍ଟୋବର ୧୮ ତାରିଖ ରାତି ୮ ଘଟିକା ସମୟରେ ହରିଡାପଦର ରେ ରଘୁନାଥ ବାହିନୀପତି ନାମକ ଜଣେ ବ୍ୟକ୍ତି ରହୁଥିବା ଭଡା ଘରକୁ ଏକ ୯ ଫୁଟ ଲମ୍ବର ଅହିରାଜ ସର୍ପ ପସି ଆସିଥିଲା । ଯାହାକୁ ଦେଖି ପରିବାର ଲୋକେ ଭୟଭୀତ ହୋଇ ବନ ବିଭାଗ ଓ ସର୍ପ ଧରାଳି କୁ ଖବର ଦେଇଥିଲେ ।  ବନ ବିଭାଗ ପହଂଚିବା ପୁର୍ବରୁ ସର୍ପ ଧରାଳି ନରୋତ୍ତମ ହରିଡାପଦର ରେ ପହଂଚି ଅହିରାଜ ସର୍ପ ଟି କୁ ଧରି ନେଇଥିଲା । ରଣପୁର ବନାଂଚଳ ଦାୟୀତ୍ୱ ରେ ଥିବା ବନପାଳ କୈବଲ୍ୟ ବେହେରା ସେଠାରେ ପହଂଚି ଅହିରାଜ ସର୍ପ ଟିକୁ ରଣପୁର ବ୍ରାହ୍ମଣକୁମେଇ  ଜବତ ଜଙ୍ଗଲ ରେ ଛାଡିଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.