Home ଅପରାଧ ଭୁବନେଶ୍ୱରରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱରରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ

701

ଭୁବନେଶ୍ୱର୧୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ରାଜଧାନୀ ଜଣେ କଲେଜ ଛାତ୍ରୀଙ୍କୁ ପାଟିରେ ଲୁଗାପୁରାଇ ଉଠାଇ ଆଣି ଦୁଷ୍କର୍ମ କରିବାକୁ ଉଦ୍ୟମ କଲାବେଳେ ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହେବା ଆଜି କ୍ୟାପିଟାଲ ଥାନାରେ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । କ୍ୟାପିଟାଲ ଥାନା ଅଭିଯୋଗଟିକୁ ଗ୍ରହଣ କରି ଆଜି ପୁଲିସ ୟୁନିଟ୍-୧ ଅଞ୍ଚଳର ଆଖଣ୍ଡଳମଣି ବସ୍ତିରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଅଜୟ ବାଗର ଘର ପଶ୍ଚିମବଙ୍ଗରେ। ଭୁବନେଶ୍ୱରରେ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲା ।ପୁଲିସ୍ ସୁତ୍ରରୁ ପ୍ରକାଶ- ଛାତ୍ରୀ ଜଣକ ୟୁନିଟ୍-୧ ଅଞ୍ଚଳରେ ରହୁଥିଲେ । ଅଭିଯୁକ୍ତ ଜଣକ ତାଙ୍କୁ ଆଗରୁ ମଧ୍ୟ ପିଛା କରି ବହୁ ସମୟରେ ଅଶ୍ଲୀଳ ଇଙ୍ଗିତ କରୁଥିଲା । ଗତ ରାତିରେ ସେ ବାହାରକୁ ଆସିଥିବା ଅଭିଯୁକ୍ତ ତାଙ୍କ ପାଟିରେ ଲୁଗାପୁରାଇ ଚାପି ଧରି ଉଠାଇ ନେବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା ।ଝିଅଟି ପାଟି କରିବା ପରେ ସେ ଫେରାର ହୋଇଯାଇଥିଲା।  ଏହା ପରେ ଛାତ୍ରୀ ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.