Home ଓଡ଼ିଶା ମହାରାଷ୍ଟ୍ରରେ ଶିବସେନା ଗଢ଼ିବ ସରକାର: କଂଗ୍ରେସ; ଏନସିପି ଦେବେ ସମର୍ଥନ

ମହାରାଷ୍ଟ୍ରରେ ଶିବସେନା ଗଢ଼ିବ ସରକାର: କଂଗ୍ରେସ; ଏନସିପି ଦେବେ ସମର୍ଥନ

357

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଗଢ଼ିବ ସରକାର।ଶିବସେନା ନେତା ଉଦ୍ଧବ ଠାକରେ ଏବଂ ଶିବସେନା ବିଧାୟକ ଦଳ ନେତା ଏକନାଥ ସିନ୍ଦେ ରାଜ୍ୟପାଳ ଭବନ ଯାଇ ସରକାର ଗଢ଼ିବା ପାଇଁ ଦାବି ଜଣାଇଛନ୍ତି।ସୂଚନା ମୁତାବକ ଏନସିପି ଏବଂ କଂଗ୍ରେସ ଶିବସେନାକୁ ସମର୍ଥନ ଦେଇ ସାରିଛନ୍ତି।ତେବେ ଏନସିପି ସରକାରରେ ରହିବା ଜଣାପଡ଼ୁଥିବା ବେଳେ କଂଗ୍ରେସ ସରକାରରେ ରହିବ ନାଁ ବାହାରୁ ସମର୍ଥନ ଦେବ ସ୍ପଷ୍ଟ ହୋଇନାହିଁ।କଂଗ୍ରେସରୁ ଜଣେ ଏବଂ ଏନସିପିରୁ ଜଣେ ଏହିପରି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଥିବା ବେଳେ ଏନସିପି ଉପ-ମୁଖ୍ୟମନ୍ତ୍ରୀ ପଦ ପାଇପାରେ ଏବଂ କଂଗ୍ରେସ ବାଚସ୍ପତି ପଦ ପାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଶିବସେନାରୁ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ କିମ୍ବା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.