Home Top News ଭୁବନେଶ୍ୱରରୁ ନୟାଗଡ଼ ଟାଉନକୁ ଗଡ଼ିଲା ମେମୁ ଟ୍ରେନ

ଭୁବନେଶ୍ୱରରୁ ନୟାଗଡ଼ ଟାଉନକୁ ଗଡ଼ିଲା ମେମୁ ଟ୍ରେନ

107

ନୟାଗଡ଼, ୧୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଭୁବନେଶ୍ୱରରୁ ନୟାଗଡ଼ ଟାଉନକୁ ସୋମବାର ଠାରୁ ମେମୁ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହି ମେମୁ ଟ୍ରେନରେ ରେଳଯାତ୍ରୀମାନେ ପୂର୍ବ ଟ୍ରେନ ଅପେକ୍ଷା ବେଶ୍ ଖୁସି ମିଜାସ୍‌ରେ ଆସିଥିବା ଦେଖିବାକୁ ମିଳିଛି। ଏଣିକି ବସ୍‌ରେ ନଯାଇ ସବୁବେଳେ ଏହି ମେମୁ ଟ୍ରେନରେ ଯିବୁ ବୋଲି କହିବା ସହିତ ସବୁଠାରୁ ସୁବିଧା ଓ ଭଲହେଲା ବୋଲି ଯାତ୍ରୀମାନେ କହିଛନ୍ତି। ମେମୁଟ୍ରେନଟି ବିଦ୍ୟୁତ ଚାଳିତରେ ଆସିବା ସହିତ ଅଧିକ ବେଗରେ ଓ ବେଶ ଆରାମଦାୟକଭାବେ ଟ୍ରେନରେ ଯାତ୍ରୀମାନେ ସବୁଦିନ ଅପେକ୍ଷା ବହୁ ସଂଖ୍ୟାରେ ଆସି ନୟାଗଡ଼ ଟାଉନରେ ପହଂଚିଥିଲେ। ନୟାଗଡ଼ ବସଷ୍ଟାଣ୍ଡଠାରୁ ନୟାଗଡ଼ ଟାଉନ ଷ୍ଟେସନ ପର୍ଯ୍ୟନ୍ତ ଟ୍ରେନ ଯିବା ଆସିବା ସମୟରେ ବିଭାଗ ତରଫରୁ ଯଦି ଗମନାଗମନର ସୁବିଧା କରାଯାଇପାରନ୍ତା ତେବେ ଏହି ମେମୁ ଟ୍ରେନରେ ବହୁସଂଖ୍ୟାରେ ଯାତ୍ରୀମାନେ ଯାଇପାରନ୍ତେ ବୋଲି କୁହାଯାଉଛି। ନୟାଗଡ଼ ଟାଉନକୁ ପ୍ରଥମ କରି ମେମୁ ଟ୍ରେନ ଆସୁଥିବାରୁ ବହୁ ଦେଖଣାହାରୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। କରୋନା କଟକଣା ଟିକେ ହଟିବା ପରେ ସେବା ଏକ୍ସପ୍ରେସରେ ସଂରକ୍ଷଣ ବ୍ୟବସ୍ଥାରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲାବେଳେ ଗତ ୧ ତାରିଖ ସୋମବାର ଠାରୁ ପାସେଞ୍ଜର ଟିକଟ ବ୍ୟବସ୍ଥା ଲାଗୁ ହୋଇଥିଲା। ଟିକେଟ ସଂରକ୍ଷଣ ବ୍ୟବସ୍ଥାରେ ସକାଳ ୬ଟା ଭିତରେ ଟିକଟ କରାଯିବାକୁ ଯେଉଁ ଧାର୍ଯ୍ୟ ସମୟ ଥିଲା ତା’ବଦଳରେ ଟ୍ରେନ ଛାଡ଼ିବାର ଠିକ୍ ପୂର୍ବରୁ ମଧ୍ୟ ଟିକଟ କାଟିବାର ବ୍ୟବସ୍ଥା ହୋଇଥିଲା। ଏପରିକି ସେବା ଏକ୍ସପ୍ରେସରେ ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯିବାପାଇଁ ସଂରକ୍ଷଣ ବ୍ୟବସ୍ଥା ସହ ଟିକେଟ ଭଡ଼ା ୬୦ ଟଙ୍କା ଥିଲାବେଳେ ପରବର୍ତ୍ତୀ ସମୟରେ ୪୫ ଟଙ୍କା ହୋଇଥିଲା। ସେହିପରି କଟକ, ପୁରୀ ଯିବା ପାଇଁ ଟିକେଟ ଦର ଧାର୍ଯ୍ୟ ହୋଇଛି। ସେହିପରି ନୟାଗଡ଼ ଟାଉନରୁ କଟକକୁ ଯିବାପାଇଁ ୫୫ଟଙ୍କା ରହିଥିବାବେଳେ ପୁରୀ ଯିବା ପାଇଁ ଟିକେଟ ୬୦ଟଙ୍କା ହୋଇଥିଲା। ଏପରିକି ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯିବା ପାଇଁ ଯେଉଁମାନେ ଏକକାଳନୀ ମାସିକିଆ ଟିକେଟ କରବାକୁ ଚାର୍ହିବେ ସେମାନେ ୩୨୫ଟଙ୍କା ଦେବାକୁ ପଡ଼ିବ ବୋଲି ଟିକେଟ ଦର ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି।। ଫଳରେ ରେଳଯାତ୍ରୀଙ୍କ ପାଇଁ ଟିକେଟ ଦର ଓ ମାସିକିଆ ଭଡ଼ା ବହୁତ ଭଲ ହୋଇଥିବାରୁ ଯାତ୍ରୀମାନେ ବହୁ ସଂଖ୍ୟାରେ ଯିବା ସହ ଠିକ୍ ସମୟରେ ଯିବା ଆସିବା ଯାତ୍ରୀମାନଙ୍କୁ ବେଶ୍ ସୁହାଇବା ଆଶା କରାଯାଉଛି। ଏବେ ମେମୁ ଟ୍ରେନ ଚାଲିବା ଯୋଗୁଁ ଯାତ୍ରୀମାନେ ବେଶ୍ ସୁବିଧାରେ, ଆରାମରେ ଓ ବହୁ ସଂଖ୍ୟାରେ ଯାଇପାରିବେ ା ଯାତ୍ରୀମାନଙ୍କ ସୁବିଧାପାଇଁ ଗାଡ଼ି ପାର୍କି ବ୍ୟବସ୍ଥା କରାଯିବାକୁ ଯାତ୍ରୀମାନଙ୍କ ପକ୍ଷରୁ ଦାବି ହେଉଛି। ଅନ୍ୟପକ୍ଷରେ ମହିପୁର ଠାରୁ ନୂଆଗାଁ ପର୍ଯ୍ୟନ୍ତ ରେଳ ଡିସେମ୍ବର କିମ୍ବା ଜାନୁଆରୀ ମାସରୁ ଚଳାଚଳ କରିବା ପାଇଁ ଯୋଜନା ରହିଥିବାବେଳେ ମହିପୁର ପର୍ଯ୍ୟନ୍ତ ପୂର୍ବଭଳି ଟ୍ରେନ ଚଳାଚଳ ଯଥାଶୀଘ୍ର ସ୍ୱ।।ଭବିକ ହେବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.