Home ଜିଲ୍ଲା ପରିକ୍ରମା ନୟାଗଡ଼: ଏସ୍‌ଇଏମ୍‌ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘର ମହା ଗଣଧାରଣା ଓ ବିକ୍ଷୋଭ

ନୟାଗଡ଼: ଏସ୍‌ଇଏମ୍‌ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘର ମହା ଗଣଧାରଣା ଓ ବିକ୍ଷୋଭ

33

ନୟାଗଡ଼, ୧୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଏସ୍‌ଇଏମ୍ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ମହାସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସଂଘ ସଭାପତି ବିଶ୍ୱନାଥ ମୁଦୁଲିଙ୍କ ନେତୃତ୍ନରେ ଏହି ବିକ୍ଷୋଭ ହୋଇଥିଲାବେଳେ ଏଥିରେ ଗ୍ରାମ୍ୟ ଜଳଯୋଗାଣରେ ନିଯୁକ୍ତ ଜିଲ୍ଳାର ସମସ୍ତ ଏସ୍‌ଇଏମ୍ ଓ ପମ୍ପଚାଳକ ଏବଂ ବିଭିନ୍ନ ବ୍ଳକର ନେତୃତ୍ୱମାନେ ଯୋଗଦେଇଥିଲେ। ସଂଘ ପକ୍ଷରୁ ୭ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ଧାରଣାସ୍ଥଳକୁ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଆସି ବିକ୍ଷୋଭକାରୀଙ୍କୁ ବୁଝାବୁଝି କରିବା ସହିତ ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ରାଜ୍ୟସଂଘ ଡାକରାରେ ଗତ ୨୯ ତାରିଖ ଠାରୁ ନୟାଗଡ଼ ଜିଲ୍ଲାର ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିନରେ ଚାଲିଥିବା ପମ୍ପହାଉସ ଗୁଡ଼ିକରେ ଜିଲ୍ଲାସଂଘ ତାଲା ପକାଇ ଦେଇଥିବାବେଳେ ଏବେ ୧୮ ଦିନ ହେଲା ଜଳଯୋଗାଣ ବନ୍ଦ ରହିଛି। ଯାହାକି ଗ୍ରାମାଂଚଳରେ ବାସକରୁଥିବା ଲୋକମାନେ ପାନୀୟ ଜଳ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳଯୋଗାଣ ବନ୍ଦ ସକାଶେ ଲୋକମାନେ ବିଭିନ୍ନ ନଳକୂପ ଓ ବାହାର ଗାଡ଼ିଆ ଓ କୂଅର ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ଜିଲ୍ଳାସଂଘ ପକ୍ଷରୁ ଗତ ୨୫ ତାରିଖରେ ୭ଦଫା ଦାବିନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲାବେଳେ ଏହାର କୌଣସି ସମାଧାନ ନହେବାରୁ ସମସ୍ତ କର୍ମଚାରୀ ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁସାରେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରହିବ ବୋଲି ଜିଲ୍ଲାସଂଘ ସଭାପତି ବିଶ୍ୱନାଥ ମୁଦୁଲି କହିଛନ୍ତି। ମହାସଂଘ ସେମାନଙ୍କର ୭ଦାବି ଭିତରେ ଏସଇଏମ୍ ଉଚ୍ଛେଦ କରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀର ମାନ୍ୟତା, ସମାନ କାମକୁ ସମାନ ଦରମା, ଗ୍ରାମ ପଂଚାୟତରୁ ଦରମା ବନ୍ଦ କରି ଡିପାର୍ଟମେଂଟ ଜରିଆରେ ଦରମା ପ୍ରଦାନ, ୫ବର୍ଷର ବୟସ କୋହଳ କରିବା, ୧୦ବର୍ଷର ଏରିୟର ପ୍ରଦାନ କରିବା, କାର୍ଯ୍ୟ କରୁଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ୨୦ ଲକ୍ଷ କ୍ଷତି ପୂରଣ ଦେବା ଓ ସେହି ପରିବାରରୁ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା ଆଦି ଦାବିପତ୍ର ପ୍ରଦାନ କରିଛନ୍ତି। ବହୁସଂଖ୍ୟାରେ ବିକ୍ଷୋଭକାରୀଙ୍କ ଯୋଗଦାନ ଯୋଗୁଁ କଚେରୀ ରାସ୍ତା କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.