Home ଓଡ଼ିଶା ଆଜି ଭଦ୍ରକ ବିଜେଡିର ମିଶ୍ରଣ ପର୍ବରେ କଂଗ୍ରେସର କିଛି ନେତା ବିଜେଡିରେ ସାମିଲ

ଆଜି ଭଦ୍ରକ ବିଜେଡିର ମିଶ୍ରଣ ପର୍ବରେ କଂଗ୍ରେସର କିଛି ନେତା ବିଜେଡିରେ ସାମିଲ

43

ଭଦ୍ରକ, ୧୫ ନଭେମ୍ବର (ଓଡିଆ ପୁଅ/ସ୍ନିଗ୍ଧା ରାୟ)ରାଜ୍ୟରେ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଭଦ୍ରକ ରାଜନୀତି ସେତେ ସରଗରମ ହେଉଛି।ସବୁ ଦଳରେ ଘଡିକେ ଘୋଡ଼ା ଛୁଟୁଛି। ସବୁ ଦଳରେ ଚାଲିଛି ମିଶ୍ରଣ ପର୍ବ। ଭଦ୍ରକ କଂଗ୍ରେସର ଅନେକ ଟାଉନ ସ୍ଥରୀୟ ନେତା ନିଜ ଦଳ ଛାଡି ଆଜି ବିଜେଡି ରେ ମିଶିଛନ୍ତି। ପୂର୍ବରୁ ସେମାନଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ଦଳରୁ ବିଦା କରାଯାଇଥିଲା। ଆଜି ସେମାନଙ୍କୁ ଭଦ୍ରକ ବିଜେଡି ଛାତିରେ ମିଶାଇ ନେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ, ନିର୍ମଳ ସୁଶାସନ ଏବଂ ଭଦ୍ରକର ଯୁବ ବିଧାୟକ ସଞ୍ଜିବ କୁମାର ମଲ୍ଲିକଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଆସ୍ଥା ପ୍ରକଟ କରି ଆଜି ଭଦ୍ରକ ଟାଉନ ହଲ ଠାରେ ଭାରତୀୟ ଜାତୀୟ କଂଗ୍ରେସର ବହୁ ନେତା ଓ ଶତାଧିକ କର୍ମୀ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ବଳବନ୍ତରାୟ, ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜିବ ମଲ୍ଲିକ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ, ଧାମନଗରର ପୂର୍ବତନ ବିଧାୟକ, ମୁକ୍ତିକାନ୍ତ ମଣ୍ଡଳ, କ୍ଷୀରୋଦ ରାଉତ, ପୂର୍ବତନ ବ୍ଲକ ଅଧକ୍ଷ ମଳୟ କୁମାର ଜେନା, ରାକେଶ କୁମାର ପଣ୍ଡା, ତଥାଗତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ମିଶ୍ରଣ ପର୍ବରେ କଂଗ୍ରେସ ନେତା ଦିଲ୍ଲୀପ ନାୟକ, ଆଶିଷ ରାଉତ, ସବିତା ନାୟକ, ସେକ ସମଦାନୀ, ଅତୁଲ୍ୟ ନାୟକ, ଶ୍ରୀମତୀ ଉର୍ମିଳା ଚୌଧୁରୀ, ଗଜେନ୍ଦ୍ର ପଣ୍ଡା, ସେକ ଫଜୀରୁଦିନ, ପ୍ରଦୀପ ନାୟକ, ଆଶିଷ ନାୟକ, ଅମର ନାୟକ, ମୀରାଜ ଅଲ୍ଲିଫୁର ରେହେମାନ, ଅଶୋକ ବିଶ୍ବାଳ, ରତିକାନ୍ତ ପରିଡା ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.