Home କେନ୍ଦୁଝର ଭୁତପଦାରେ ରକ୍ତଦାନ ଶିବିର

ଭୁତପଦାରେ ରକ୍ତଦାନ ଶିବିର

75

ହାଟଡ଼ିହି, ୧୩ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଶୈଳବାଳା ଫାଉଣ୍ଡେସନ ଏବଂ ସମ୍ବାଦ ଆମ ଓଡିଶାର ମିଳିତ ସହଯୋଗରେ ଭୁତପଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ସଂଯୋଜକ କିଶୋର ଆଚାର୍ଯ୍ୟ, ଶୈଳବାଳା ଫାଉଣ୍ଡେସନର ସଭାପତି ରାଜୀବ ନାୟକ ଶିବିରକୁ ସଂଯୋଜନା କରିଥିଲେ । କୋଭିଡ କଟକଣା ଓ ବର୍ଷାର ପ୍ରତିକୁଳ ପାଗ ସତ୍ତ୍ୱେ ଏହି ଶିବିରରୁ ୨୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ରାଧାପ୍ରସାଦ ମିଶ୍ର, ଏଲ.ଟି ସୁଦର୍ଶନ ବେହେରା, ଷ୍ଟାଫନର୍ସ ସ୍ୱାଗତିକା ମହାନ୍ତ, ଆସିଷ୍ଟାଣ୍ଟରଶ୍ମିରଞ୍ଜନ ପ୍ରଧାନ, ଅଶୋକ ସୁର, ନୀଳମାଧବ ମୁଖୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଅଜୟ ନାୟକ, କମଳ ଲୋଚନ ସା, ଶଶାଙ୍କ ଶେଖର ସେନାପତି, ଶ୍ରୀଧର ସାମଲ,ପ୍ରଦୀପ ସା, ପ୍ରଦୀପ ସାମଲ, ପଦ୍ମଲାଭ ସା, ରତିକାନ୍ତ ମଲ୍ଲିକ, କାଳନ୍ଦୀ ନନ୍ଦ, ବଙ୍କା ଜେନା, ନାଲୁ ନାୟକ, ପ୍ରମୁଖ ଶିବର ପରିଚାଳନାରେ ସହଯୋଗ କରିଥିଲେ । ସମାଜସେବୀ ତଥା ୧୨୧ଥର ରକ୍ତଦାନ କରି ସମଗ୍ର ଅଞ୍ଚଳରେ ରକ୍ତବୀର ସମ୍ମାନ ପାଇଥିବା ଶରତ କୁମାର ପାତ୍ର ଶିବିରରେ ଉପସ୍ଥିତ ରହି ଶିବିରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.