Home କେନ୍ଦୁଝର ସୁନ୍ଦରାପାଳକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ, ସହଯୋଗର ହାତ ବଢ଼ାଇଲେ ବିଧାୟକ

ସୁନ୍ଦରାପାଳକୁ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ, ସହଯୋଗର ହାତ ବଢ଼ାଇଲେ ବିଧାୟକ

51

ହାଟଡ଼ିହି, ୧୩ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତର ସୁନ୍ଦରାପାଳ ଗ୍ରାମର ପାତ୍ରସାହିକୁ ସର୍ଟଡାଉନ ଘୋଷଣା କରାଯାଇଛି । ଏଠାରେ ୨୨ଟି ପରିବାର ବସବାସ କରୁଥିବାବେଳେ ୩୦ଜଣ ପଜେଟିଭ ଚିହ୍ନଟ ହେବାପରେ ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଏହାକୁ ସର୍ଟଡାଉନ ଘୋଷଣା କରିଛନ୍ତି । ଏଠାରେ ପୁର୍ବରୁ ୮ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ଅନେକ ଅସୁସ୍ଥ ଥିବା ଜଣାପଡିଥିଲା । ଏନେଇ ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାମ୍ପ କରାଯାଇ ନମୁନା ପରୀକ୍ଷା କରାଯିବା ପରେ ୨୨ଜଣ ପଜେଟିଭ ଚିହ୍ନଟ ହୋଇଥିଲେ । ଅଧିକ ସଂକ୍ରମଣ ଆଶଙ୍କା କରି ଜମ୍ଭୀରା ପଞ୍ଚାୟତର ସରପଞ୍ଚ ଆଶାଲତା ସାହୁ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରି ଏହାକୁ ୧୪ଦିନ ପାଇଁ ସର୍ଟଡାଉନ ଘୋଷଣା କରିଛନ୍ତି । ସୋସୋ ପୁଲିସ ଉପସ୍ଥିତିରେ ଗାଁର ମୁଖ୍ୟରାସ୍ତାକୁ ବାଉଁଶ ବାନ୍ଧି ଅବରୋଧ କରାଯାଇଛି । ସମସ୍ତ ଆକ୍ରାନ୍ତମାନେ ସଂଗରୋଧରେ ରହିବାପାଇଁ ସଚେତନ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କୁ ଔଷଧପତ୍ର ଯୋଗାଇ ଦିଆଯାିଛି । ସେହିପରି ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଉକ୍ତ ସାହି ପରିଦର୍ଶନ କରି ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ସାହିର ଲୋକମାନେ ଶ୍ରମିକ ଶ୍ରେଣୀର ହୋଇଥିବାରୁ ଏମାନେ ୧୪ଦିନ କିପରି ଅବରୋଧରେ ରହିବେ ତାହା ସମସ୍ତଙ୍କ ପାଇଁ ଚିନ୍ତା ଜନକ ଥିବାବେଳେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଓ ବରିଷ୍ଠ ବିଜେଡି ନେତା ବିଜୟ ରାଉତ ସମସ୍ତ ପରିବାରକୁ ତେଲ, ଡାଲି, ଲୁଣ, ଆଳୁ ସହିତ ସମସ୍ତ ଗ୍ରୋସରୀ ସାମଗ୍ରୀ ସହିତ ସାବୁନ, ମାସ୍କ ଓ ସାନିଟାଇଜର ଆଦି ଯୋଗାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.