Home କୋରାପୁଟ  ବୈପାରୀଗୁଡାରେ ବିଜୁ ଯୁବ ଛାତ୍ର ଜନତା ଦଳର ସ୍ୱେଛାକୃତ ରକ୍ତଦାନ ଶିବିରରେ ୨୮ ୟୁନିଟ ରକ୍ତ...

 ବୈପାରୀଗୁଡାରେ ବିଜୁ ଯୁବ ଛାତ୍ର ଜନତା ଦଳର ସ୍ୱେଛାକୃତ ରକ୍ତଦାନ ଶିବିରରେ ୨୮ ୟୁନିଟ ରକ୍ତ ସଂଗ୍ରହ

33

କୋରାପୁଟ ୧୩-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ବୈପାରୀଗୁଡାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ  ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅୟୋଜିତ ହୋଇଯାଇଛି । ରାଜ୍ୟ  ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ,କୋରାପୁଟ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁରାମ ପଡାଲ , ଚିତ୍ରକୋଣ୍ଡା ବିଧାୟକ  ପୂର୍ଣ୍ଣଚନ୍ଦ୍ର ବାକା , ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ତଥା ମୋ ପରିବାରର ସଂଯୋଜକ ପ୍ରଫୁଲ୍ଲ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲା ପରିଚାଳନା କରିଥିବା ବେଳେ କିରଣ ସ୍ୱାଇଁ ,ବିଶ୍ୱଜିତ ନାୟକ , ଅଶ୍ୱିନୀ ସାହୁ ଓ ଅନ୍ୟାନ୍ୟ  ବିଜୁ ଯୁବ ଛାତ୍ର ଜନତା ଦଳର ନେତାମାନେ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.