Home ଜିଲ୍ଲା ପରିକ୍ରମା ଭିନ୍ନତା ମଧ୍ୟରେ ଏକତା ଆମ ଦେଶର ପରିଚୟ,ମାଲକାନଗିରି ଜିଲ୍ଲାରେ ୭୧ତମ ଗଣଣତନ୍ତ୍ର ଦିବସ ପାଳିତ

ଭିନ୍ନତା ମଧ୍ୟରେ ଏକତା ଆମ ଦେଶର ପରିଚୟ,ମାଲକାନଗିରି ଜିଲ୍ଲାରେ ୭୧ତମ ଗଣଣତନ୍ତ୍ର ଦିବସ ପାଳିତ

658

ମାଲକାନଗିରି,୨୬ା୧ (ଓଡିଆ ପୁଅ ) ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ କଡା ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଯେଉଁ ମହାନମାନବ,ବରପୁତ୍ର ନିଜର ଅସୀମତ୍ୟାଗ,ଆତ୍ମବଳୀ ପ୍ରତିଦାନରେ ଆମପାଇଁ ସ୍ୱାଧୀନ ଅଣି ଭାରତକୁ ଏକ ସବ ର୍ଭୌମ,ଗଣତାନ୍ତ୍ରୀକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିଛନ୍ତି ସେମାନେ ଆମର ଏବେ ବି ଚିରସମ୍ମରଣୀୟ । ଭିନ୍ନତା ମଧ୍ୟରେ ଏକତା ଆମ ଦେଶର ପରିଚୟ,ଅନେକ ଜାତି,ଭାଷା, ଧର୍ମ,ବିଶ୍ୱାସ,ସଂସ୍କୃତି,ପମ୍ପରାକୁ ଆମେ ବଜାଇରଖିବା । ଏହିମାଟିରେ ଅନେକ ସଂଗ୍ରାମିଙ୍କର ରକ୍ତ ପ୍ରଭାବିତି ହେଉଛି,ମାଓବାଦୀ ହିଂସା ଛାଡି ମୁଖ୍ୟସ୍ରୋତରେ ସିମିଲ ହୁଅନ୍ତୁ, ଜିଲ୍ଲା ଆଗକୁ ଯିବାକୁ ହେଲେ ସମସ୍ଥଙ୍କର ସହ ଯୋଗର ହାତଦରକାର ବୋଲି ମାଲାକାନଗିରି ଜିଲ୍ଲାସ୍ତରୀୟ ଗଣତନ୍ତ୍ରଦିବସ ଅବସରରେ ସୂଚନା ପ୍ରଯୁକ୍ତିବିଦ୍ୟା,କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଉଦବୋଧନ ଦେଇଛନ୍ତି । ଆମେ ଭାରତ ବାସୀ ଭାରତକୁ ଏକ ସାବ ର୍ଭୌମ,ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରୀକ ସାଧରଣତନ୍ତ୍ର ରୂପେ ସଂସ୍ଥାପିତ କରିବା ପାଇଁ ଏହାର ସମସ୍ତ ଲାଗରିକଙ୍କୁ ସସାମଜିକ, ଅର୍ଥନୈତିକ,ରାଜନୈତିକ ନ୍ୟାୟ ଦେବାଦରକାର,ବକ୍ତିର ମର୍ଯ୍ୟାଦା,ଜାତିର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରିବା ପୂବ ର୍କ ସେମାନଙ୍କ ମଧ୍ୟରେ ଭ୍ରାତୃତ୍ୱକୁ ପ୍ରୋତ୍ସାହିତ କରିବାଦରକାର ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ସ୍ଥାନିୟ ଦଣ୍ଡକାରଣ୍ୟ ମଇଦାନ ଠାରେ ଅନୁଷ୍ଟିତ ଜିଲ୍ଲାସ୍ଥରିୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ ସହ ସମବେତ ଜନତାଙ୍କୁ ସମ୍ବୋଧନ କରିଥିଲେ । ପ୍ୟାରେଡରେ ଆରକ୍ଷୀ ବାହିନୀ,ସ୍କୁଲ କଲେଜ ଛାତ୍ର ଛାତ୍ରୀ,ମୋଟ ୨୯ ଟି ଦଳ ଭାଗ ନେଇଥିଲେ । ବିିଭିନ୍ନ ପ୍ରତି ଯୋଗୀତା ଓ ବିଭିନ୍ନ କ୍ଷେତ୍ର ରେ ସଫଳତା ଲାଭକରିଥିବା ବ୍ୟକ୍ତି ବିଶେଷ ଓ ପ୍ୟାରେଡରେ କୃତିତ୍ୱ ହାସଲକରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ବିଶେଷ କରି ଚଳିତ ବର୍ଷ ପ୍ରଥମଥରକରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁଧାକରଦାଶ ଙ୍କୁ ସାମ୍ବାଦିକ ଓ ସାହିତ୍ୟ େ କ୍ଷତ୍ର ରେ ଉଲେଖ୍ୟନୀୟ ସଫଳତା ପାଇଁ ମନ୍ତ୍ରୀ ସମ୍ମାନିତ କରି ପ୍ରମାଣ ପତ୍ର ପ୍ରଦାନକରିଥିଲେ । ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ ମଚଂପରିଚାଳନା କରିଥିଲେ , ଏହିଅବସରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ପ୍ୟାରେଡକୁ ରିଜର୍ଭପୁଲିସ ଇନିସପେକ୍ଟର ଦକ୍ଷୀଣ ମାର୍ଣ୍ଡି,ସର୍ଜଟେଂ ଜ୍ୟୋତି କୁମାର କିରୋ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଏସପି ରିଶିକେଶ ଡି ଖିଲାରୀ,ବିଧାୟକ ଆଦିତ୍ୟ ମାଢୀ,ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ,ବରିଷ୍ଟନାଗରିକ, ସାମ୍ବାଦିକ,ବୁଦ୍ଧିଜିବୀ, ଶିକ୍ଷାବିତ,ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ଉନ୍ନୟନମୁଳକ କାର୍ଯ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ହୋଇଥିଲା । ଜିଲ୍ଲା ହସପିଟାଲ ରେ ରୋଗୀ ଓ ଉପକାରାଗରରେ କଏଦୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ଫଳ ଓ ମିଷ୍ଟାନ ବଟଂନ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଅବସରରେ ପ୍ୟାରେଡ ସ୍ଥଳରେ ବ୍ୟାପକ କଡାପୋଲିସ ସୁରକ୍ଷାସହିତ ସୀମାସୁରକ୍ଷା ବାହିନିଙ୍କୁ ମୁତୟନକରା ଯାଇଥିଲା,ମେଟାଲଡିକ୍ଟେର ପରୀକ୍ଷା କରାଯାଇ ପ୍ୟାରେଡସ୍ଥଳକୁ ଦର୍ଶକ ଓ ପ୍ୟାରେଡ ଭାଗନେଇଥିବା ଛାତ୍ର ଛାତ୍ରୀ ଙ୍କୁ ଛଡା ଯାଇଥିଲା । ଅପରାହ୍ନ ରେ ଜିଲ୍ଲାପାଳ,ଏସପି ଏକାଦଶ ମଧ୍ୟରେ କୌତିକା କ୍ରୀକେଟ ମ୍ୟାଚ ଅନୁଷ୍ଟିତ ହୋଇଯାଇଛି । ଅନୁରୁପ ଜିଲ୍ଲାପାଳ କାର୍ଯ୍ୟାଳୟ, ସମ୍ବନିତ ଆଦିବାସୀ ଉନ୍ନୟନସଂସ୍ଥା, ମାଲକାନଗିରି ଜିଲ୍ଲାଗ୍ରାମୟଉନ୍ନୟନ ସଂସ୍ଥା, ଜିଲ୍ଲାପରିଷ. ଚିତ୍ରକୋଣ୍ଡା, ମୋଟୁ, କାଲିମେଳା,କୋରକୁଣ୍ଡା, ମାଥିଲି,ଖଇରପୁଟ, ଗୁମ୍ମା,ବ୍ଲକ, ତହସିଲ,ଗୁଡିକରେ ବିଭାଗିୟ ଅଧିକାରି ମାନେ ଜାତୀୟପତାକା ଉତୋଳନ କରିଥିଲେ , ଏହାବ୍ୟତିତ ଜିଲ୍ଲାର ବିଭିନ୍ନ ସ୍ଥାନ ରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.