Home ଓଡ଼ିଶା ମା’ ଶୋଇଛି, ଉଠିଲେ ଚା’ ପିଇବ – ପାଞ୍ଚ ଦିନ ପର୍ଯ୍ୟନ୍ତ ଲାଶ ସାଥିରେ ଶୋଉଥିଲା...

ମା’ ଶୋଇଛି, ଉଠିଲେ ଚା’ ପିଇବ – ପାଞ୍ଚ ଦିନ ପର୍ଯ୍ୟନ୍ତ ଲାଶ ସାଥିରେ ଶୋଉଥିଲା ଝିଅ !

4106

କାନପୁର ୨୬-୧ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର କାନପୁର ନିକଟ କଲ୍ୟାଣପୁରର ଆବାସ ବିକାସ ସଂଖ୍ୟା-୩ ସ୍ଥିତ ଆମ୍ବେଦକର ନଗର ଭିତରେ ଗୋଟିଏ ଝିଅ, ପାଞ୍ଚ ଦିନ ପର୍ଯ୍ୟନ୍ତ ମା’ର ଲାଶ ସାଥିରେ ଶୋଉଥିଲା। ସେ ପୂରା ଦିନ ଘର ଭିତରେ ରହୁଥିଲା, ମା’ ପାଖରେ ଚା’ ଏବଂ ବିସ୍କୁଟ ରଖିଦେଉଥିଲା ଏବଂ ରାତିରେ ଲାଶ ସହିତ ଶୋଇଯାଉଥିଲା। ପଡ଼ୋଶୀ ପଚାରିବାରୁ କହୁଥିଲା – ମା’ ଆରାମ କରୁଛି। ଶୁକ୍ରବାରଦିନ ରାତିରେ ଯେତେବେଳେ ପଡ଼ୋଶୀ ଘର ଭିତରକୁ ଗଲେ ସେତେବେଳେ ସେ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ଡରିଯାଇଥିଲେ। ସୂଚନା ପହଁଚିଲା ପୋଲିସ୍ ପାଖରେ। ପୋଷ୍ଟମାର୍ଟମ ହେଲା ଜଣା ପଡ଼ିଲାଯେ, ମହିଳାଙ୍କର ଚାରି-ପାଞ୍ଚ ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା।

ପତିଙ୍କର ମୃତ୍ୟୁ ପରେ ଘରେ ଏକୁଟିଆ ରହୁଥିଲେ ମା’-ଝିଅ

ପୋଲିସ ଅନୁସାରେ ଜଳସେଚନ ବିଭାଗରେ ଆକାଉଣ୍ଟ୍ସ ଅଫିସର ଥିବା ମଦନଲାଲ ଦ୍ବିବେଦୀଙ୍କର ୨୦୦୫ ରେ ଦେହାନ୍ତ ହୋଇଯାଇଥିଲା। ତା’ ପରେ ତାଙ୍କର ୬୧ ବର୍ଷୀୟ ପତ୍ନୀ ଶ୍ୟାମା ଦେବୀ ଆମ୍ବେଦକରପୁରମ୍ ରେ ଘର କିଣି ୧୭ ବର୍ଷୀୟ ଝିଅ ଅପର୍ଣ୍ଣା ସହିତ ରହୁଥିଲେ। ପଡ଼ୋଶୀମାନେ କୁହନ୍ତି କି ଶ୍ୟାମା ମାନସିକ ରୂପରେ ରୋଗାକ୍ରାନ୍ତ ଥିଲେ ଏବଂ ସେ କଥା କଥାରେ ଲୋକମାନଙ୍କ ସହ ଝଗଡ଼ା କରୁଥିଲେ। ସାଥିରେ ରହି ରହି ଝିଅ ମଧ୍ୟ ମାନସିକ ରୋଗାକ୍ରାନ୍ତ ହୋଇଯାଇଥିଲା। ସଂଧ୍ୟା ହେବାକ୍ଷଣି ମା’-ଝିଅ ଭିତରୁ ତାଲା ବନ୍ଦ କରିଦେଉଥିଲେ। ପୂର୍ବରୁ ପଡ଼ୋଶୀ ତାଙ୍କୁ ଖାଇବାକୁ ଦେଇଦେଉଥିଲେ କିନ୍ତୁ ଗାଳିଗୁଲଜ କରିବାରୁ ଏବଂ ସାମାନ ଫୋପାଡ଼ିବାରୁ କେହି ଆଉ ସାହାଯ୍ୟ କରିବାକୁ ଗଲେ ନାହିଁ।

କିଛି ଦିନ ହେବ ଘର ବାହରେ ଶ୍ୟାମାଙ୍କୁ ପଡ଼ୋଶୀ ଦେଖିବାକୁ ପାଇଲେ ନାହିଁ। ଅପର୍ଣ୍ଣା ଦୁଆର ଖୋଲି ବାହାରେ ବସିଯାଉଥିଲା ଏବଂ ପଚାରିବାରୁ କହୁଥିଲା କି ମା’ ଆରାମ କରୁଛି ଉଠିଲେ ଚା’ ପିଇବ, ବିସ୍କୁଟ ଖାଇବ। ଶୁକ୍ରବାର ରାତିରେ ଅଧିକ ଦୁର୍ଗନ୍ଧ ହେବାରୁ ପଡ଼ୋଶୀ ଘର ଭିତରକୁ ଯାଇ ଦେଖିଲେ କି ବିସ୍ତର ଉପରେ ଶ୍ୟାମାର ଶବ ପଡ଼ିଛି। ତାଙ୍କ ମୃତ୍ୟୁ ଅନେକ ଦିନ ପୂର୍ବ ହୋଇସାରିଥିଲା। ଘରେ ଦୁର୍ଗନ୍ଧରେ ରହିହେଉନଥିଲା। ସମ୍ପୂର୍ଣ୍ଣ ରୁମ୍ ବିଖରା ହୋଇ ପଡ଼ିଛି। ଶବ ନିକଟରେ ଚା’ ଏବଂ ବିସ୍କୁଟ ରଖା ହୋଇଛି। ଯେତେବେଳେ ଅପର୍ଣ୍ଣା ଆସି ପୁଣି ଶ୍ୟାମାର ଶବ ସାଥିରେ ଶୋଇ ପଡ଼ିଲା ପଡ଼ୋଶୀ ଆଶ୍ଟର୍ଯ୍ୟ ହୋଇଗଲେ। ସୂଚନା ପାଇ ପୋଲିସ୍ ପହଁଚିଲା। ପୋଲିସ୍ ଶ୍ୟାମାଙ୍କର ଭାଇ ମୁକୁଲେଶକୁ ଡାକିଲେ। ଶବ ସଢ଼ିଯାଇଥିଲା। ପୋଷ୍ଟମାର୍ଟମ କରିବା ପରେ ଡକ୍ଟର କହିଲେ କି ଶବ ପ୍ରାୟତଃ ପାଞ୍ଚ ଦିନ ପୁରୁଣା ହୋଇଯାଇଛି।

ଭାଉଜ ସର୍ବେଶଲତା କହିଲେଯେ, ମଦନଲାଲ ଶ୍ୟାମାଙ୍କୁ ୧୯୯୨ ରେ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଗୋଟିଏ ପୁଅ ଅଛି। ସେମାନେ ଅଲଗା ରୁହନ୍ତି। ପେନସନରେ ମା’-ଝିଅଙ୍କର ଭରଣ ପୋଷଣ ଚାଲିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.