Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ଯୁବକଙ୍କ ଗୁମୁଟି ରାତାରାତି ଗାଏବ, ନ୍ୟାୟ ଓ ପରିବାରର ସୁରକ୍ଷା ପାଇଁ ଭିନ୍ନକ୍ଷମ ଯୁବକ...

ଭିନ୍ନକ୍ଷମ ଯୁବକଙ୍କ ଗୁମୁଟି ରାତାରାତି ଗାଏବ, ନ୍ୟାୟ ଓ ପରିବାରର ସୁରକ୍ଷା ପାଇଁ ଭିନ୍ନକ୍ଷମ ଯୁବକ ଏସପିଙ୍କ ଦ୍ୱାରସ୍ଥ

40

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେତେକ ସ୍ଥାନୀୟ ବ୍ୟକ୍ତିଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଓ ବାସୁଦେବପୁର ଥାନାଧିକାରୀଙ୍କ ଠାରୁ ଉପଯୁକ୍ତ ନ୍ୟାୟ ନପାଇ ଜଣେ ଭିନ୍ନକ୍ଷମ ଯୁବକ ଆଜି ବିକଳାଙ୍ଗ ମଞ୍ଚର କର୍ମକର୍ତ୍ତାଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ସଂପୃକ୍ତ ଭିନ୍ନକ୍ଷମ ଯୁବକ ନିଜ ଓ ପରିବାରର ସୁରକ୍ଷା ପାଇଁ ପ୍ରାର୍ଥନା କରିଥିବାବେଳେ, ମଞ୍ଚର ଜିଲ୍ଲା ଉପସଭାପତି କରୁଣାକର ସାହୁ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଶ୍ରୀ ସାହୁଙ୍କ ଅଭିଯୋଗ ଅନୁଯାୟୀ ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଡ଼ିଆ ଗ୍ରାମର ଭକ୍ତହରି ବେହେରାଙ୍କ ୨୨ବର୍ଷର ଭିନ୍ନକ୍ଷମ ପୁତ୍ର ଗଣେଶ ପରିବାର ଚଳାଇବା ପାଇଁ ଏକ ଗୁମୁଟି ପକାଇଥିଲେ ।

ଜିଲ୍ଳାପାଳ ଏଥି ନିମିତ୍ତ ଗଣେଶଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶୀ ମଧ୍ୟ ପ୍ରଦାନ କରିଥିଲେ । କିନ୍ତୁ ସଂପୃକ୍ତ ଅଞ୍ଚଳର କେତେକ ଯୁବକ ସେଠାରେ ପହଞ୍ଚି କାହାକୁ ପଚାରି ଗୁମୁଟି ପକାଇଛୁ କହି ତାଙ୍କୁ ଗାଳିଗୁଲଜ କରିବା ସହ ବଟି ନଦେଲେ ଗୁମୁଟି ଭାଙ୍ଗି ଦେବାକୁ ଧମକ ଦେଇଥିଲେ । ଗତକାଲି ସେମାନେ ଏକ ହାଇଡ୍ରା ମେସିନ ଆଣି ଗୁମୁଟି ଭାଙ୍ଗିବାକୁ ଉଦ୍ୟମ କରିବା ବେଳେ, ଗଣେଶ ସେଠାରୁ ଦୌଡ଼ି ପଳାଇଥିଲେ । ବିକଳାଙ୍ଗ ମଞ୍ଚର କର୍ମକର୍ତ୍ତାଙ୍କୁ ଏବିଷୟରେ ଅବଗତ କରି ବାସୁଦେବପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ପୁଲିସ ନିକଟରେ ଅଭିଯୋଗ କରିଥିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂପୃକ୍ତ ଯୁବକମାନେ ଗତକାଲି ରାତିରେ ଉକ୍ତ କ୍ୟାବିନକୁ ସେଠାରୁ ଉଠାଇ ଗାଏବ କରି ଦେଇଛନ୍ତି । ଆଜି ସକାଳେ ମଧ୍ୟ ଏହି ଯୁବକମାନେ ଗଣେଶଙ୍କ ଘରେ ପହଞ୍ଚି ଧମକ ଚମକ ଦେବା ସହ ପରିବାରର ସମସ୍ତଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ବାସୁଦେବପୁର ପୁଲିସ ଉପରୁ ବିଶ୍ୱାସ ତୁଟାଇ ଗଣେଶ ମଞ୍ଚ କର୍ମକର୍ତ୍ତାଙ୍କ ସହ ଏସପିଙ୍କୁ ଭେଟିଥିଲେ । ଏସପିଙ୍କ ନିର୍ଦ୍ଦେଶରେ ବାସୁଦେବପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.