Home ଜିଲ୍ଲା ପରିକ୍ରମା କୋଚିଳା ନଦୀବନ୍ଧରେ ୧୦୦ଫୁଟର ଭୂସ୍ଖଳନ, ଗ୍ରାମବାସୀ ଆତଙ୍କିତ

କୋଚିଳା ନଦୀବନ୍ଧରେ ୧୦୦ଫୁଟର ଭୂସ୍ଖଳନ, ଗ୍ରାମବାସୀ ଆତଙ୍କିତ

80

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ପକ୍ଷରୁ ନଦୀବନ୍ଧ ସୁରକ୍ଷା ଓ ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ନଦୀବନ୍ଧ ନିର୍ମାଣ କରାଯାଉଛି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଓ ନିମ୍ନମାନର କାମ ଯୋଗୁ ଅଧିକାଂଶ ନଦୀବନ୍ଧ ଦିନକୁ ଦିନ ଦୁର୍ବଳ ହେଉଛି । ଏହି ଜିଲାର ଧାମନଗର ବ୍ଲକର କୋଚିଳା, ବୈତରଣୀ, ଗେଙ୍ଗୁଟି ନଦୀବନ୍ଧ ସୁଦୃଢି କରଣ ପାଇଁ ସରକାର ପ୍ରାୟ ୩ଶହ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଉକ୍ତ କାର୍ଯ୍ୟମଧ୍ୟ ନିର୍ମାଣଧିନ ରହିଥିବାବେଳେ ପୁଣି ସେହି ନଦୀବନ୍ଧରେ ଭୂସ୍ଖଳନ ବା ଧସିବା ଯୋଗୁ ନଦୀକୂଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଆଜି ସକାଳୁ ଧାମନଗର ବ୍ଲକର ଅର୍ଜ୍ଜୁନପୁର ପଂଚାୟତର ସଇଲବାଙ୍କ ନିକଟରେ କୋଚିଳା ନଦୀର ବାମପଟ ବନ୍ଧ ପ୍ରାୟ ୧୦୦ଫୁଟ ଭୂସ୍ଖଳନ ସୃଷ୍ଟି ହୋଇଛି । ଆଜି ଖବରପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଦାସ ଘଟଣା ସ୍ଥଳରେ ପହଂଚିଥିଲେ । ଏବଂ ଯୁଦ୍ଧ କାଳୀନ ଭିତରେ କାର୍ଯ୍ୟମଧ୍ୟ ଆରମ୍ଭ କରିଛନ୍ତି । ନଦୀର ଜଳ କମିଯାଇଥିବାବେଳେ ନଦୀବନ୍ଧର ଅପରପାଶ୍ୱର୍ରେ ଚାଷଜମି ଓ ଗାଡ଼ିଆରୁ ପାଣି ନଦୀକୁ ଘଳିଆ ପଡ଼ିବା ଏବଂ ନଦୀବନ୍ଧ ଭାରିଥିବାରୁ ଏପରି ଭୂସ୍ଖଳନ ସୃଷ୍ଟି ହୋଇଛି । ଅପରପକ୍ଷେ ଉକ୍ତ ବନ୍ଧଦେଇ ବିଭିନ୍ନ ସମୟରେ ବେଆଇନ୍ ଭାବରେ ବାଲିଗାଡ଼ି ଯାତାୟତ କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଲା ବୋଲି କନିଷ୍ଠଯନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ତେବେ ବିଭାଗୀୟ ଉଚ୍ଚସ୍ତରୀୟ ଅଧିକାରୀ ଏହି ସ୍ଥାନକୁ ଆସି ଉକ୍ତ ଘଟଣା ସମ୍ପର୍କରେ ତଦନ୍ତ କରିବେବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.