Home କେନ୍ଦୁଝର ତାଳାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ

ତାଳାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ

88

ହାଟଡ଼ିହି, ୧୪ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଖପରାଖାଇ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ ହୋଇଥିବା ଜଣାଯାଇଛି । ଦୁର୍ବୁତମାନେ ଘରେପସି ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ସହିତ ନଗଦ ୨୦ହଜାର ଟଙ୍କା ଓ ଦୁଇଟି ମୋବାଇଲ ଲୁଟି ନେଇଥିବା ଜଣାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଲୁଟେରାଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିପାରି ନାହିଁ ।
ଖବରରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତ ଖପରାଖାଇ ଗ୍ରାମର ଗୌରାଙ୍ଗ ଗାହାଣ ନାମକ ଜଣେ ବ୍ୟକ୍ତି ମରୈଗାଁ ବଜାରରେ ମିଠା ବ୍ୟବସାୟ କରନ୍ତି । ସେ ଓ ତାଙ୍କ ପୁଅ ମାନସ ଗାହାଣ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନରେ ମିଠା କାମ କରୁଥିଲେ । ଘରେ ସ୍ତ୍ରୀ ରୁକ୍ମଣୀ ଦୁଇ ଝିଅଙ୍କୁ ଧରି ରହିଥିଲେ । ବେଶି ରାତି ହେବାରୁ ସେମାନେ ଗେଟର ତାଲା ଦେଇଥିବା ବେଳେ ଘରେ ତାଲା ନପକାଇ ଶୋଇ ଯାଇଥିଲେ । ରାତିରେ ସ୍ୱାମୀ ଓ ପୁଅ ଫେରିଲେ ଖିଆପିଆ କରିବେ ସେହି ଉଦ୍ଦେଶ୍ୟରେ ଘରେ ତାଲା ଦେଇ ନଥିଲେ ବୋଲି ଗୌରାଙ୍ଗ ସ୍ତ୍ରୀ ରୁକ୍ମଣୀ କହିଛନ୍ତି । ରାତି ୧ଟା ୩୦ମିନିଟ ସମୟରେ ତିନିଜଣ ଦୁର୍ବୁତ ଘର ଭିତରେ ପସି ଘରେଥିବା ସୁନାରୁପା ଅଳଙ୍କାର ବାକ୍ସଟି ବାହାରକୁ ନେଇ ଆସିବା ସହିତ ଘରେ ଥିବା ଦୁଇଟି ମୋବାଇଲ ଫୋନ ନେଇଆସିଥିଲେ । ବାକ୍ସ ଭିତରେ ଥିବା ଗୋଟିଏ ସୁନା ଚେନ, ମଙ୍ଗଳସୁତ୍ର, ମୁଦି, କାନଫୁଲ, ଝିଅର ଚେନ ସହିତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ୨୦ହଜାର ଟଙ୍କାକୁ ଲୁଟି ନେଇଥିଲେ । ପୁନର୍ବାର ସେମାନେ ଘରଭିତରେ ପସିଥିବାବେଳେ ଝିଅ ଉଠିପଡି ପାଟି କରିବାରୁ ସେମାନେ ଝିଅକୁ ଛୁରୀରେ ଆଘାତ କରିବା ସହିତ ଝିଅ ବେକରେ ପିନ୍ଧିଥିବା ସୁନା ଲକେଟକୁ ନେଇଯାଇଥିଲେ । ଝିଅର ପାଟିଶୁଣି ମା ଉଠିପଡିବାରୁ ତାଙ୍କୁ ମଧ୍ୟ ଲୁଟେରାମାନେ ଧକ୍କା ମାରି ଭୟଭୀତ କରିଥିଲେ । ମୋବାଇଲଟି ଫେରାଇ ଦେବାକୁ ମା ଓ ଝିଅ ଦୁର୍ବୁତ ମାନଙ୍କୁ କାକୁତି ମିନତୀ ହୋଇଥିଲେ ମଧ୍ୟ ସେମାନେ ତାହାକୁ ଫେରାଇ ନଥିଲେ । ଗୌରାଙ୍ଗ ଓ ତାଙ୍କ ପୁଅ ଘରକୁ ଫେରିବାପରେ ତୁରନ୍ତ ଏନେଇ ସୋସୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.