Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା -୨୦୧୮ ଉଦ୍ ଘାଟିତ: ଶୀତରେ ଉଷ୍ମ କଲା...

ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା -୨୦୧୮ ଉଦ୍ ଘାଟିତ: ଶୀତରେ ଉଷ୍ମ କଲା ସିଂଘାରୀ, ସମ୍ବଲପୁରୀ ଡାଲଖାଇ

201

ନୟାଗଡ଼, ୨୪ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ମହୋତ୍ସବ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ଉଦ୍ ଘାଟିତ ହୋଇଛି। ପ୍ରବଳ ଶୀତ ପାଗ ସତ୍ତ୍ୱେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମହୋତ୍ସବ ପରିବେଶ ଉଷ୍ମ ହୋଇପଡ଼ିଛି। ଜିଲ୍ଲାପାଳ ଡ.ଏନ୍ ତିରୁମାଳା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ ଘାଟନ ଉତ୍ସବରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟଅତିଥିଭାବେ ଯୋଗଦେଇ ମହୋତ୍ସବକୁ ଉଦ୍ ଘାଟନ କରିଥିଲାବେଳେ ସମ୍ମାନୀତ ଅତିଥିଭାବେ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ବିଧାୟକ ଡ.ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ପଣ୍ଡା ନୟାଗଡ଼ ଜିଲ୍ଲାର ଲୋକସଂସ୍କୃତି, ଐତିହ୍ୟ, ପରମ୍ପରା ଓ ମୁକ୍ତି ସଂଗ୍ରାମରେ ନୟାଗଡ଼ର ଭୂମିକା ସର୍ବାଗ୍ରେ ଉଚ୍ଚରେ ରହିଛି ବୋଲି ମତବ୍ୟକ୍ତ କରିବା ସହିତ ନୟାଗଡ଼ ବୀରମାଟିକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେଯେ ନୟାଗଡ଼ ପରିବେଶ, ନୟାଗଡ଼ ପର୍ଯ୍ୟଟନ ଯେପରି ଜନମନକୁ ବିମୋହିତ କରେ ସେପରି ନୟାଗଡ଼ ସଂସ୍କୃତିର ପଟାନ୍ତର ନାହିଁ ବୋଲି କହିବା ସହିତ ନୟାଗଡରÿ ଐତିହ୍ୟ ସାରା ରାଜ୍ୟ ତଥା ଭାରତବର୍ଷରେ ଏକ ସ୍ୱତନ୍ତ୍ରତା ବହନ କରେ। ଯାହାକି ନୟାଗଡ଼ର ପରିଚିତି ପାଇଁ ସାରା ରାଜ୍ୟ ଗର୍ବ ବହନ କରେ ବୋଲି କହିଥିଲେ। ନୟାଗଡ଼ ବନ୍ଦନାରୁ ମହୋତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପୁଷ୍ପିତା ମିଶ୍ରଙ୍କ ଓଡ଼ିଶୀ, ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନର ସିଂଘାରୀ ନୃତ୍ୟ, ଲୋକନୃତ୍ୟ, ରାୟଗଡ଼ା ଢେମସା ଡ୍ୟାନ୍ସ ଗ୍ରୁପର ଢେମସା ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ବଜ୍ ନୟୀ, ଭୁବନେଶ୍ୱରର ଶ୍ରେୟାନନ୍ଦନ ଡ୍ୟାନ୍ସ ଗ୍ରୁପ ଦ୍ୱାରା ପରିବେଷିତ ଶିବାଷ୍ଟକ, ସମ୍ବଲପୁରୀ ଡାଲଖାଇ ଓ ଚଳଚ୍ଚିତ୍ର ନୃତ୍ୟ ଶୀତ ପରିବେଶକୁ ବେଶ୍ ଉଷ୍ମ କରିଦେଇଥିଲା। କବି, ସାହିତ୍ୟକ ଓ ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ସଭାରେ ସଂଯୋଜନା କରିଥିଲେ। ପ୍ରାରମ୍ଭରେ ଚନ୍ଦ୍ର ବିଜୟୀ ମିଶ୍ରଙ୍କ କୁଇଜ୍ ପ୍ରତିଯୋଗିତା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.