Home ଓଡ଼ିଶା ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

339

ବାରିପଦା ୧୯-୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ବାରିପଦା ITDA ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ସ୍ଥିତ ଭଡା ଘର ସମେତ ୪ ଟି ଜାଗାରେ ଚଢ଼ାଉ ଚାଲିଥିବାର ସୂଚନା ମିଳୁଛି। ତେବେ ବାରିପଦା ସ୍ଥିତ ଭଡା ଘରେ ତାଲା ପଡ଼ିଥିବାରୁ ଭିଜିଲାନ୍ସ ଅଧିକାରୀ ଘର ବାହାରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା। ITDA ଅଫିସ ଖୋଲିବାପରେ ତାଙ୍କ ଚାମ୍ବରରେ ଚଢ଼ାଉ ହେବାର ସୂଚନା ମିଳୁଛି। ଏହା ସହ ନୟାଗଡ଼ ସ୍ଥିତ ତାଙ୍କ ପୈତୃକ ଘର ସହ ଭୁବନେଶ୍ୱର ସ୍ଥିତ ତାଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.