Home Top News ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ

48

ନୟାଗଡ଼, ୪ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଜୟନ୍ତଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରିଛି। ଚଢାଉ ବେଳେ ନଗଦ ୨ଲକ୍ଷ ୭୪ ହଜାର ୭୫ଟଙ୍କା ସହ ଗୋଟିଏ ଚାରିଚକିଆ ଗାଡ଼ି, ୩ଟି ମୋଟରସାଇକେଲ ଜବତ କରିଛି। ନୟାଗଡ଼ ନିକଟସ୍ଥ ଲେଙ୍କୁଡ଼ିପଡ଼ା ଠାରେ ଥିବା ୪ମହଲା ବିଶିଷ୍ଟ କୋଠା, ଓଡ଼ଗାଁ ଗାନ୍ଧିସାହି ଲେନ୍‌ରେ ୨ମହଲା କୋଠା, ପୈତୃକ ଗାଁ ବିରୁଡ଼ାରେ ଥିବା ଘରେ ରେଡ଼୍ କରିଛି କରିଛି ଭିଜିଲାନ୍ସ। ନୟାଗଡ଼ ଜିଲ୍ଳା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ନୟାଗଡ଼ ଟାଉନସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.