Home ଜିଲ୍ଲା ପରିକ୍ରମା  ଅନୁପ୍ରାଣୀତ କଲା କୁମାର ପ୍ରଶାନ୍ତଙ୍କ ଗାନ୍ଧୀ ଆଲୋଚନା

 ଅନୁପ୍ରାଣୀତ କଲା କୁମାର ପ୍ରଶାନ୍ତଙ୍କ ଗାନ୍ଧୀ ଆଲୋଚନା

53

ନୟାଗଡ଼, ୪ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବିଶିଷ୍ଟ ଗାନ୍ଧୀ ପ୍ରଚାରକ, ଗାନ୍ଧିବାଦୀ ପ୍ରବକ୍ତା, ସ୍ତମ୍ଭକାର ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତଙ୍କ ଗାନ୍ଧୀ ଆଲୋଚନା ଦର୍ଶକଙ୍କୁ ବେଶ୍ ଅନୁପ୍ରାଣୀତ କରିଛି। ଶ୍ରୀ କୁମାର ନୟାଗଡ଼ ଗସ୍ତରେ ଶନିବାର ଅପରାହ୍ନରେ ଆସି ଗାନ୍ଧୀ ଆଦର୍ଶ ଉପରେ ବହୁ ଅନାଲୋଚିତ ତଥ୍ୟ ଉପସ୍ଥାପନା କରିଛନ୍ତି ନୟାଗଡ଼ ଜନସାଧାଣଙ୍କ ଆଗରେ। ସ୍ଥାନୀୟ ପଠାଣୀ ସାମନ୍ତ ଅଡିଟୋରିୟମ ଠାରେ ‘ଆମ ପାଇଁ ବଡ଼ ଆମ ନୟାଗଡ଼’ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଶାନ୍ତିର ବାର୍ତ୍ତାବହ ବୈଠକରେ ଯୋଗଦେଇ ନୟାଗଡ଼ର ସମବେତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଗାନ୍ଧୀଙ୍କ ଜୀବନାଦର୍ଶ, ଅହିଂସା, ଜାତୀୟ ସଂହତିରେ ଗାନ୍ଧୀଙ୍କ ବଳିଦାନ, ଜାତୀୟ ମୁକ୍ତି ସଂଗ୍ରାମର ଭୂମିକା ଓ ଗାଥା, ମାନବିକତାର ଉଦ୍ଘୋଷକ ତଥା ବିଶ୍ୱନାୟକ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହକୁ ସ୍ମରଣ କରି ଏକ ରାମରାଜ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଯାହାକି ରାମରାଜ୍ୟ ଗଠନରେ ଦର୍ଶକ ନୂଆ ଅନୁଭୂତି ପାଉଥିବା ଦେଖିବାକୁ ମିଳିଥିଲା। ଏହି ବୈଠକରେ ଗାନ୍ଧୀ ଦର୍ଶନ ଉପରେ ଦିଗଦର୍ଶନ ଦେଉଥ୍ିବା ଏବଂ ଗାନ୍ଧୀ ଆଦର୍ଶ ଉପରେ ଅନୁପ୍ରାଣିତ ହୋଇଥିବା କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଗାନ୍ଧୀଙ୍କ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରିଥିବା ଏବଂ ଗାନ୍ଧୀଙ୍କ ଜୀବନାଦର୍ଶରେ ଅନୁପ୍ରାଣୀତ ହେବାର ନୂଆ ଚିନ୍ତନ ଉପରେ ବକ୍ତବ୍ୟ ରଖିବା ସହିତ ସଫଳତା ପାଇଁ ଧୈର୍ଯ୍ୟ, ଲକ୍ଷ୍ୟ ଓ ଏକାଗ୍ରତା ରହିଲେ ଜଣେ ସଫଳତାର ପାହାଚ ଚଢି ପାରିବ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିରୂପାକ୍ଷ ତ୍ରୀପାଠି ଯୋଗଦେଇ ଗାନ୍ଧୀଙ୍କ ଅହିଂସା, ସମାଜ କଲ୍ୟାଣ ଓ ଶାନ୍ତି ପ୍ରତିଷ୍ଠା ଉପରେ ବକ୍ତବ୍ୟ ରଖିଥିଲେ। ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଅତିଥି ପରିଚୟ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.