Home କଳାହାଣ୍ଡି ଭିଜିଲାନ୍ସ ଜାଲରେ କାଲୋପଲା ସରପଂଚ ଓ ପଂଚାୟତ ଅଧିକାରୀ

ଭିଜିଲାନ୍ସ ଜାଲରେ କାଲୋପଲା ସରପଂଚ ଓ ପଂଚାୟତ ଅଧିକାରୀ

495

କଳାହାଣ୍ଡି – ୨୯-୦୩ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କାଲୋପଲା ଗ୍ରାମପଂଚାୟତ ର ତକ୍ରାଳୀନ ସରପଂଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ଗତ ୨୦୧୧-୧୨ ମସିହାରେ ତକ୍ରାଳୀନ କାଳୋପଲା ସରପଂଚ ବିଦ୍ୟାଧର ସାହୁ ଏବଂ ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀ ମନ୍ଦରଧର ବିଶି ଗ୍ରାମପଂଚାୟତ ମଧ୍ୟରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣରେ ଆକଳନ ବ୍ୟ୍ୟୟ ବରାଦ ଅର୍ଥରୁ ବ୍ୟାପକ ହେରାଫେରୀ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗ କେଶ ନଂ ୪୨/୨୦୧୪ ଅନୁସାରେ କେଶ ରୁଜ୍ଜୁ କରି ତଦନ୍ତ କରିବାପରେ କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ବିଚାର ପାଇଁ ଦାଖଲ କରିଥିଲେ। ସେହି କେଶରେ ସ୍ୱତନ୍ତ୍ର ଅଦାଲତ ବିଚାର କରି ଦୋଷୀ ସାବ୍ୟସ୍ତ ଉଭୟ ଙ୍କୁ ୫ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବା ପାଇଁ ଦଣ୍ଡିତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଉକ୍ତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ବାବଦରେ ଆକଳନ କରାଯାଇଥିବା ଅର୍ଥରୁ ଉଭୟେ ଷଡଯନ୍ତ୍ର କରି ୩୪ଲକ୍ଷ ୧୪ ହଜାର ୩୪୭ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ଓ ତଦନ୍ତ ପରେ ଘଟଣାର ସତ୍ୟା ସତ୍ୟ ଆସଧାରରେ ମାନ୍ୟବର ଅଦାଲତରେ କଲେଶ ଦାଖଲ କରାଯାଇଥିଲା। ସେହିପରି ଉଭୟଙ୍କ ନାମରେ ଭିଜିଲାନ୍ସ କେଶ ନଂ.୪୫/୨୦୧୪, ୫୪/୨୦୧୪ ଓ ୫୫/୨୦୧୪ ଅନୁସାରେ ଆହୁରି ଅନେକ ଆର୍ଥôକ ହେରାଫେରୀ ସଂପର୍କରେ ତଦନ୍ତ ଚାଲୁଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.