Home ଓଡ଼ିଶା କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ମାଲକାନଗିରି ଗସ୍ତ, ଦଳୀୟ ପ୍ରାର୍ଥୀ, ପ୍ରତିନିଧି ଓ ଅଧିକାରୀଙ୍କୁ ନେଇ ନିର୍ବାଚନ...

କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ମାଲକାନଗିରି ଗସ୍ତ, ଦଳୀୟ ପ୍ରାର୍ଥୀ, ପ୍ରତିନିଧି ଓ ଅଧିକାରୀଙ୍କୁ ନେଇ ନିର୍ବାଚନ ଆଚରଣ ବିଧି ସଂପର୍କରେ ବୈଠକ

270

ମାଲକାନଗିରି, ୨୯ା୩ (ଓଡିଆ ପୁଅ) ସାଧାରଣ ନିର୍ବାଚନ ନିମନ୍ତେ ମାଲକାନଗିରି ଜିଲ୍ଲାକୁ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଆଜି ଗସ୍ତରେ ଆସି ବିଭିନ୍ନ ରାଜନୈତିକ ଦଳୀୟ ପ୍ରାର୍ଥୀ, ନେତା ଓ ବିଭାଗୀୟ ଅଧିକାରୀ ମାନଙ୍କ ସହ ନିର୍ବାଚନ ଆଚରଣ ବିଧି ସଂପର୍କରେ ବୈଠକ କରିଛନ୍ତି। ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ, ନେତାଙ୍କ ସହିତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ନିର୍ବାଚନ ସଂପର୍କରେ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାଇତ୍ୱରେ ଥିବା ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ରବି କାନ୍ତ ଜୈନ(ଭା.ପ୍ର.ସେ) ଓ ହିସାବ ପର୍ଯ୍ୟବେକ୍ଷକ ସତିଶକୁମାର ଏମ.ସି ଯୋଗଦେଇ ଦୁଇଟି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ଓ ସମସ୍ତ ରାନୈତିକ ଦଳର ପ୍ରତିନିଧି ଓ ନେତା ମାନଙ୍କ ସିହତ ନିର୍ବାଚନ ଆଚରଣବିଧି, ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ଆଲୋଚନା କରି ନିର୍ବାଚନ ଆୟୋଗଙ୍କ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନକରିବା ନିମନ୍ତେ ପରାମର୍ଶଦେଇ ଥିଲେ, ସ୍ୱଚ୍ଛ, ନିରପେକ୍ଷ, ଭୟମୁକ୍ତ ନିର୍ବାଚନ ନିମନ୍ତେ ସମସ୍ତଙ୍କ ସହ ଯୋଗ କାମନା କରିଥିଲେ। ଯଦି କୌଣସି ପ୍ରାର୍ଥୀ, ଜନସାଧରଣଙ୍କର କିଛି ଆପତି ଅଭିଯୋଗ କିମ୍ବା ପରାମର୍ଶ ନେବାର ଥାଏ ନିର୍ଭୟରେ ରବିକାନ୍ତ ଜୈନ ମୋବାଇଲ ନମ୍ବର ୯୪୨୫୧୧୨୬୦୦ / ୭୩୨୫୯୪୪୫୪୫ ଓ ସତିଶକୁମାର ଏମ ସି ଙ୍କ ମୋବାଇଲ ନମ୍ବର ୯୪୮୯୯୧୭୦୫୭ / ୮୪୫୬୦୨୭୯୨୬ ନମ୍ବରରେ ଫୋନ କରିପାରିବେ ବୋଲି ନିର୍ବାଚନ ପର୍ଯ୍ୟବେକ୍ଷକ ଏହି ବୈଠକରେ ସୂଚନା ଦେଇଛନ୍ତି। ଏହି ବୈଠକରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରାଧନ, ତହସିଲଦାର ତଥା ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଗୁଣନିଧି ନାୟକ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର ପ୍ରମୁଖ ଜିଲ୍ଲାସ୍ତରୟୀ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.