Home ଓଡ଼ିଶା ଭାରସାମ୍ୟ ହରାଇ ନୟନଜୋରୀକୁ ଓଲଟିଲା କାର, ୫ ଗୁରୁତର

ଭାରସାମ୍ୟ ହରାଇ ନୟନଜୋରୀକୁ ଓଲଟିଲା କାର, ୫ ଗୁରୁତର

128

ବାହାନଗା, ୨୧ା୭(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବାହାନଗା – ଗୋପାଳପୁର ରାସ୍ତାର ଅନନ୍ତବାବା ଛକ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ନୟନ ଜୋରୀକୁ ଓଲଟି ପଡ଼ିଥିବାର ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ (ଡିଏଲ ୯ସି ଏଏଲ -୩୯୫୩) ବାହାନଗାରୁ ଷଠୀ ଅଭି ମୁଖେ ଆସୁଥିଲା। ନିକଟସ୍ଥ ଅନନ୍ତବାବା ଛକ ନିକଟରେ କାରଟି ଭାରସାମ୍ୟ ହରାଇ ନୟନ ଜୋରୀକୁ ଓଲଟି ପଡ଼ିଥିଲା। ଫଳରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଏକ ଘଣ୍ଟା କସରତ କରି ଗାଡ଼ି ଭିତରେ ଥିବା ୫ଜଣ ଯୁବକ ସନ୍ତୋଷ ଘଡ଼େଇ, ଜ୍ୟୋତି ରଞ୍ଜନ ଷଢଙ୍ଗୀ, ଦୀପକ କୁମାର ଜେନା, ତପନ କୁମାର ମହାନ୍ତି, ସୁଧାଂଶୁ ମହାନ୍ତି ପ୍ରମୁଖଙ୍କୁ ଉଦ୍ଧାର କରି ଆଗ୍ନିଶମ ଆମ୍ବୁଲାନ୍ସ ଦ୍ୱାରା ଗୋପାଳପୁର ଡାକ୍ତର ଖାନାରେ ଛାଡ଼ିଥିଲେ। ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ର କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ସଦର ହସପିଟାଲକୁ ସ୍ଥାନାନ୍ତର ହୋଇ ଥିବାର ଜଣାପଡ଼ିଛି। 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.