Home ଗଜପତି ବେଆଇନ ଚୋରା ଚାଲାଣ ଗଞ୍ଜେଇ ଜବତ ଜଣେ ଗିରଫ

ବେଆଇନ ଚୋରା ଚାଲାଣ ଗଞ୍ଜେଇ ଜବତ ଜଣେ ଗିରଫ

118

ଗଜପତି/ମୋହନା, ୨୧/୦୭ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ ଅଡବା ପୋଲିସ ରୁମେଶ ଗ୍ରାମର ଠାରୁ ପାରମାଗୁଡା ଗ୍ରାମ ମଧ୍ୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପାରମାଗୁଡା ଗ୍ରାମ ର ରଙ୍ଗନାଥ ନାୟକ ରାସ୍ତା ନିକଟରେ ଆଠ ଗୋଟି ବସ୍ତାରେ ୧୭୭ କିଲୋ ଗଞ୍ଜେଇ ଚାଲାଣ ନିମନ୍ତେ ଗାଡ଼ିକୁ ଅପେକ୍ଷା କରିଥିବା ବେଳେ ଅଡବା ପୋଲିସ ହାତରେ ଧରାପଡିଲେ। ଅଡବା ପୋଲିସ ଗଞ୍ଜେଇ ଜବତ କରାଯିବା ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.