Home ଜିଲ୍ଲା ପରିକ୍ରମା ଭାରସାମ୍ୟ ହରାଇ ନୟନଜୋରୀକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ, ବର୍ତ୍ତିଲେ ହେଲପର

ଭାରସାମ୍ୟ ହରାଇ ନୟନଜୋରୀକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ, ବର୍ତ୍ତିଲେ ହେଲପର

37

ବାହାନଗା,୯ା୩(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଫାଣ୍ଡି ନିକଟରେ ନୟନଜୋରୀକୁ ଏକ ୧୦୮ ଆମ୍ବୁଲାନ୍ସ ଖସି ଥିବାର ଜଣାପଡ଼ିଛି । ସେଥିରେ ଥିବା ଡ୍ରାଇଭର ଆହତ ହୋଇ ଥିବା ବେଳେ ହେଲପର ଅଳ୍ପକେ ବତ୍ତର୍ତ୍ତି ଯାଇ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ (ଓଡ଼ି୦୨ବିଜେ-୯୬୮୩) ୧୦୮ ଆମ୍ବୁଲାନ୍ସ ଗତ ରାତିରେ ଏକ ରୋଗୀ ନେଇ ଗୋପାଳପୁରରୁ ବାଲେଶ୍ୱର ଯାଇ ଥିଲା । ରୋଗୀକୁ ଛାଡ଼ି ଫେରୁ ଥିବା ସମୟରେ ଭୋର ୪ଟା ସମୟରେ ଗୋପାଳପୁର ଫାଣ୍ଡି ନିକଟରେ ଏକ ହମ୍ସରେ ଗାଡ଼ିଟି ଜୋରରେ ବାଡ଼େଇ ଯାଇଥିଲା । ଫଳରେ ଡ୍ରାଇଭର ଗାଡ଼ିଟିକୁ ଆୟତ୍ତ କରି ନ ପାରିବାରୁ ଗାଡ଼ିଟି ନୟନଜୋରୀକୁ ଖସି ପଡ଼ିଥିଲା । । ଫଳରେ ଡ୍ରଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଡ୍ରାଇଭର ଜଣକ ଆହତ ହୋଇ ଥିବାର ଜଣାପଡ଼ିଛି ।ଫଳରେ ରାସ୍ତାରେ ବେଆଇନ ହମ୍ସ ଓ ଡ୍ରାଇଭରର ଖାମଖିଆଲି ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟି ଥିବାର ସାଧାରଣରେ ଚର୍ଚ୍ଚା ହେଉଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.