Home Coronavirus Outbreak ପୂର୍ବ ପାକ୍ କ୍ରିକେଟିୟର ସହିଦ ଆଫ୍ରିଦି କରୋନା ପଜେଟିଭ୍

ପୂର୍ବ ପାକ୍ କ୍ରିକେଟିୟର ସହିଦ ଆଫ୍ରିଦି କରୋନା ପଜେଟିଭ୍

305

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସହିଦ ଆଫ୍ରିଦିଙ୍କୁ କରୋନା ଭାଇରସ ପଜିଟିଭ୍ ବୋଲି ଜଣାପଡ଼ିଛି। ନିଜେ ଆଫ୍ରିଦି ଶନିବାର ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ଆଫ୍ରିଦି କହିଛନ୍ତି ଯେ ଗୁରୁବାର ଠାରୁ ସେ ଅସୁସ୍ଥ ଥିଲେ ଏବଂ ତାଙ୍କ ଶରୀରରେ ପ୍ରବଳ ଯନ୍ତ୍ରଣା ଭୋଗୁଥିଲେ। ଏହା ପରେ ସେ ପରୀକ୍ଷା କରିଥିଲେ ଏବଂ ଜାଣିବାକୁ ପାଇଲେ ଯେ ତାଙ୍କୁ କରୋନା ସଂକ୍ରମିତ ହୋଇଛି।

୪୦ ବର୍ଷୀୟ ଆଫ୍ରିଦି ଟ୍ୱିଟରରେ ନିଜକୁ କରୋନା ଭାଇରସ୍ ପଜିଟିଭ୍ ଥିବା ଖବର ସେୟାର କରି ଲେଖିଛନ୍ତି, ‘ଗୁରୁବାର ଠାରୁ ମୁଁ ଅସୁସ୍ଥ ଅନୁଭବ କରୁଛି, ମୋ ଦେହ ଖରାପ ଲାଗୁଛି। ମୋତେ ପରୀକ୍ଷା କରାଯାଇଛି ଏବଂ ଦୁର୍ଭାଗ୍ୟବଶତଃ ମୁଁ କରୋନା ପଜିଟିଭ୍। ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା ଆବଶ୍ୟକ। ଇନଶା ଆଲ୍ଲା।” /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.