Home ଓଡ଼ିଶା ଭାରସାମ୍ୟ ହରାଇଲା କାର,

ଭାରସାମ୍ୟ ହରାଇଲା କାର,

152

ଚାନ୍ଦବାଲି,୧୨/୦୯,(ଓଡ଼ିଆ ପୁଅ ପି ନାଏକ):ଭାରସାମ୍ୟ ହରାଇ ରାସ୍ତାରୁ ପୋଖରୀ ମଧ୍ୟକୁ ଖସି ପଡିଲା ଇଣ୍ଡିକା କାର । କାର ଡ୍ରାଇଭରଙ୍କ ସହ ୪ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଚନ୍ଦନପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ରାସ୍ତାରୁ ପୋଖରୀ ମଧ୍ୟକୁ ଖସି ପଡିଛ । ଫଳରେ କାର ଚାଳକଙ୍କ ସହ ୪ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି । ଗାଡିଟି ନିକଟରେ ଥିବା ମତୋ ବଜାରରୁ କିଛି ଲୋକଙ୍କୁ ନେଇ କଟକ ବଡ ଡାକ୍ତରଖାନାକୁ ଯାଇଥିଲା ହେଲେ ଫେରିବା ସମୟରେ ଏଭଳି ଘଟଣା ଘଟିଛି ।

ଘଟଣାସ୍ଥଳରେ ସ୍ଥାନୀୟବାସୀ ଆହତ ଲୋକମାନଙ୍କୁ ପୋଖରୀ ମଧରୁ ଉଦ୍ଧାର କରି ଅଗ୍ନିଶମ ଗାଡି ଦ୍ବାରା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ । ପରେ ଆହାତ ବ୍ୟକ୍ତିମାନଙ୍କୁ ଚାନ୍ଦବାଲିରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.