Home ଓଡ଼ିଶା ଭାରତ ସରକାରଙ୍କ ଆମ୍ବେଦକର ପ୍ରତିଷ୍ଠାନ ଦ୍ୱାରା ପୋଷ୍ୟ ବିଦ୍ୟାଳୟରେ ସାଇକ୍ଲୋନ ମ୍ୟାନ ମୃତୁଞ୍ଜୟ ମହାପାତ୍ରଙ୍କ ଉଦବୋଧନ

ଭାରତ ସରକାରଙ୍କ ଆମ୍ବେଦକର ପ୍ରତିଷ୍ଠାନ ଦ୍ୱାରା ପୋଷ୍ୟ ବିଦ୍ୟାଳୟରେ ସାଇକ୍ଲୋନ ମ୍ୟାନ ମୃତୁଞ୍ଜୟ ମହାପାତ୍ରଙ୍କ ଉଦବୋଧନ

44

ନୂଆଦିଲ୍ଲୀ /ଭଦ୍ରକ ୨୧-୬ (ଓଡ଼ିଆ ପୁଅ) – ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଓକରା ନୋଡାଲ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କ ତତ୍ବାବଧାନରେ ପରିବେଶ ସମ୍ବନ୍ଧୀୟ ଭର୍ଚୁଆଲ ଆଲୋଚନା ଚକ୍ର ଗତ ୨୦ ଜୁନ ୨୦୨୧ ଦିନ ଅପରାହ୍ନ ଚାରି ଘଣ୍ଟିକା ସମୟରେ ଅନୁଷ୍ଠିତ ହେଇଅଛି। ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଉକ୍ତ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ଭାରତ ସରକାର ଅଧିନସ୍ଥ ଡା ଆମ୍ବେଦକର ପ୍ରତିଷ୍ଠାନର ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ମାଝୀ ସଭାପତିତ୍ବ କରିଥଲେ। ସଭା ପ୍ରାରମ୍ଭରେ କୋଭିଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା। ଆଲୋଚନାକୁ ସ୍ଵାଗତ କରିବା ସହ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତୀ ଅନିଦିତା ଦାସ ପରିବେଶ ଉପରେ ଆଧାରିତ ସଙ୍ଗୀତ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗଧ କରିଥଲେ। ଭୁନେଶ୍ବରସ୍ଥିତ AIIMSର ପ୍ରଫେସର୍ ସଚ୍ଚିଦାନନ୍ଦ ମହାନ୍ତି ଯୋଗଦାନ କରି କୋଭିଡ଼ର ଯତ୍ନ ଉପରେ ସମ୍ୟକ ଧାରଣା ଦେଇଥିଲେ। ଉକ୍ତ ବିଦ୍ୟାଳୟର ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ ସାହୁ ଏହି ଆଲୋଚନା ଚକ୍ରର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଆଲୋଚନା ଚକ୍ରରେ ମୁକ୍ଷ୍ୟ ଅତିଥି ତଥା ବ୍ୟକ୍ତା ଭାବେ ଭାରତ ବର୍ଷର ସୁନାମଧନ୍ୟ ପାଣିପାଗ ବିଶେଷଜ୍ଞ ଡ଼ା ମୃତ୍ୟୁଞ୍ଜୟ ମହାପାତ୍ର , ଡିଜି , ଆଇଏମଡି , ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଓ ତାର କୁପ୍ରଭାବ, ସାମୁଦ୍ରିକ ଝଡ଼ର କାରଣ, ପ୍ରସ୍ଥତି ଓ ତାର ଗୋଷ୍ଠୀ ପରିଚାଳନା ଉପରେ ଆଲୋକପାତ କରିଥିଲେ। ପୁରା ଭାରତବର୍ଷରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ସାଇକ୍ଲନ ଅବଂ ପରିବେଶ ସମ୍ବନ୍ଧୀୟ ଥିବା ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଉକ୍ତ ଭର୍ଚୁଆଲ ଆଲୋଚନା ଚକ୍ରରେ ଶତାଧିକ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଅଧିକାରୀ ଯୋଗଦାନ କରିଥିଲେ।  ଏହି ଆଲୋଚନା ଚକ୍ରରେ ଭଦ୍ରକ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ କପିଳେଶ୍ୱର ମିଶ୍ର ଯୋଗଦାନ କରିବା ସଙ୍ଗେ ସଙ୍ଗେ ଏହି କାର୍ଯକୁ ଭୁୟସୀ ପ୍ରଶଂସା କରିଥିଲେ।  ଉକ୍ତ ସଭାକୁ ପୁରାତନ ଛାତ୍ର ଯଥା ରାଜେନ୍ଦ୍ର ପରିଡ଼ା, ହରମୋହନ ଜେନା , ବିରେନ୍ଦ୍ର ମାଝୀ ପରିଚାଳନା କରିଥିଲେ। ଦିଲ୍ଲୀ ସ୍ଥିତ ଓଡ଼ିଶା ମହମଞ୍ଚ ର ସଭାପତି ଶ୍ରୀ ଗୋବର୍ଦ୍ଧନ ଧଳ ଉପସ୍ଥିତ ରହି ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି ନିମନ୍ତେ ଏକ ମୌଖିକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନ ସୂଚକ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି ଆଭାସି ଆଲୋଚନା ଚକ୍ରର ଡିଜିଟାଲ ପ୍ଲାଟଫର୍ମକୁ ନବ କିଶୋର ପରିଡ଼ା ପରିଚାଳନା କରିଥିଲେ। ଶେଷରେ ରାଜେନ୍ଦ୍ର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.