Home କେନ୍ଦୁଝର ହାଟଡିହି ବ୍ଲକରେ ଗୋଟିଏ ଦିନରେ ୨୦ ଆକ୍ରାନ୍ତ

ହାଟଡିହି ବ୍ଲକରେ ଗୋଟିଏ ଦିନରେ ୨୦ ଆକ୍ରାନ୍ତ

38

ହାଟଡ଼ିହି-୨୧ / ୬ ,(ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ କରୋନା ସଂକ୍ରମଣଙ୍କ ସଂଖ୍ୟା କମି କମି ଯାଉଥିବାବେଳେ ହାଟଡିହି ବ୍ଲକରେ ଏହା କମିବାର ନାଁ ଧରୁନି । ପ୍ରତିଦିନ ୧୫ରୁ ୨୦ଜଣ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୧ଶହ ଟପିଲାଣି । ଗତକାଲି ବ୍ଲକରେ ମୋଟ ୨୦ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଅକରୁଆ ପଞ୍ଚାୟତରେ ୩ଜଣ, ସମଣା ପଞ୍ଚାୟତରେ୫ଜଣ, ବଡରମ୍ପାସ ପଞ୍ଚାୟତରେ ଜଣେ, ଶାଳଣିଆଁ ପଞ୍ଚାୟତରେ୮ଜଣ, ଡଅଁର ପଞ୍ଚାୟତରେଜଣେ, ଷଡଙ୍ଗ ପଞ୍ଚାୟତରେ ଜଣେ ଓ ସୁଲଣ ପଞ୍ଚାୟତରେଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୪ଜଣ ଚିହ୍ନଟ ହୋଇଥିବା ଶାଳଣିଆଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାଯାଇଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସରକାରଙ୍କ କରୋନା କଟକଣା ଏହି ଅଞ୍ଚଳରେ ଠିକ ଭାବରେ କାମ କରୁନି । ଯାହାଦ୍ୱାରାକି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲୁଥିବା ଅନୁମାନ କରାଯାୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.