Home Top News ସୁସ୍ଥ ଜୀବନଯାପନ ପାଇଁ ‘ଯୋଗ’ ଗୁରୁତ୍ୱପୂର୍ଣ୍ଣ – ଧର୍ମେନ୍ଦ୍ର ପ୍ରଧାନ

ସୁସ୍ଥ ଜୀବନଯାପନ ପାଇଁ ‘ଯୋଗ’ ଗୁରୁତ୍ୱପୂର୍ଣ୍ଣ – ଧର୍ମେନ୍ଦ୍ର ପ୍ରଧାନ

36

ଘରେ ରହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ
– ଦେଶବାସୀଙ୍କୁ ‘ଯୋଗ ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
– ‘ଅନ୍ତର୍ଜାତୀୟ ଯୋଗ ଦିବସ’ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଲେ
– ଶରୀର, ମସ୍ତିଷ୍କ ଏବଂ ଆତ୍ମାର ମିଳନ ‘ଯୋଗ’ ଜୀବନର ଆଦର୍ଶ ଅଟେ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୨୧ (ଓଡ଼ିଆ ପୁଅ) – ସୁସ୍ଥ ଜୀବନଯାପନ ପାଇଁ ପ୍ରତିଦିନ ‘ଯୋଗ’ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ବିଶେଷ ଭାବରେ ସାଂପ୍ରତିକ ସମୟରେ ଯୁବଗୋଷ୍ଠୀମାନେ ‘ଯୋଗ’ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ସୋମବାର ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ଟ୍ୱିଟ୍ ଯୋଗେ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଘରେ ରହି ଯୋଗ କରିବା ସହ ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରତିଦିନ ସକାଳେ ଯୋଗ କରିବା ଦ୍ୱାରା ଶରୀର ଓ ମନ ପ୍ରଫୁଲ୍ଲିତ ରୁହେ। ‘ଯୋଗ’ର ଅର୍ଥ ହେଉଛି ଶରୀର, ମସ୍ତିଷ୍କ ଏବଂ ଆତ୍ମାର ମିଳନ, ଯାହା ଜୀବନର ଆଦର୍ଶ ଅଟେ। ‘ଯୋଗ’ ଆମକୁ ଚେତନାସ୍ତରକୁ ନେଇପାରେ। ସାମର୍ଥ୍ୟ ହାସଲ କରିବାକୁ ଆଗେଇ ନେଇପାରେ। ଆମକୁ ସୁସ୍ଥତା, ସୁଖ ଓ ପୂର୍ଣ୍ଣତା ଦେଇପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ସପ୍ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଶୁଣିଥିଲେ। ଆଜି ଯେତେବେଳେ ବିଶ୍ୱ କୋଭିଡ୍-୧୯ ମହାମାରୀ ବିରୋଧରେ ଲଢ଼େଇ କରୁଛି ସେହି ସମୟରେ ଯୋଗ ଏକ ଆଶା ଉଜ୍ଜିବୀତ କରିଛି। ଚାପଗ୍ରସ୍ତରୁ ଦୃଢ଼ ମନୋବଳ, ନକରାତ୍ମକତାରୁ ସୃଜନଶୀଳତା ତଥା ଯୋଗ ଆମକୁ ମାନସିକ ଶାନ୍ତି, ଚେତନା ଏବଂ ସୁସ୍ଥତା ଦେଇଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.