Home Top News ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ : ପ୍ରଥମ ଦିନରେ ଭାରତ ୩୫୭/୬ ସ୍କୋର କରିଥିଲେ

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ : ପ୍ରଥମ ଦିନରେ ଭାରତ ୩୫୭/୬ ସ୍କୋର କରିଥିଲେ

151

ମୋହାଲି ୪-୩ (ଓଡ଼ିଆ ପୁଅ) : ପଞ୍ଜାବର ମୋହାଲିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହା ହେଉଛି ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ୍। ଏଥି ସହିତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ଏକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଓହ୍ଲାଇଛି। ଏହି ମ୍ୟାଚ୍‌ରେ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ, ସେ ୪୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ୨ ୱିକେଟ୍ ହରାଇ ୧୦୯ ରନ୍‌ କରିଥିଲା। ଓପନର୍ ରୋହିତ ୨୯ ଏବଂ ମାୟଙ୍କ ଅଗ୍ରୱାଲ ୩୩ ରନ କରିବା ପରେ ପ୍ୟାଭିଲିୟନକୁ ଫେରିଥିଲେ। ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ମୋହାଲି ଟେଷ୍ଟର ପ୍ରଥମ ଇନିଂସରେ ୩୮ ରନ୍ ସଂଗ୍ରହ କରିବା ମାତ୍ରେ ତାଙ୍କର ୮୦୦୦ ଟେଷ୍ଟ ରନ୍ ପୂରଣ କରିଛନ୍ତି। ସେ ତାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି।

ପ୍ରଥମ ଦିନର ଖେଳ ଶେଷ ହୋଇଛି। ପ୍ରଥମ ଦିନରେ ୮୫ ଓଭର ପରେ ୬ ଟି ୱିକେଟ୍ ହରାଇ ଭାରତର ୩୫୭ କରିଛି। ରବିନ୍ଦ୍ର ଜାଡେଜା ୪୫ ଏବଂ ରବିଚନ୍ଦ୍ରନ ଅଶ୍ୱିନ ୧୦ ରନରେ ଖେଳୁଛନ୍ତି।

ଋଷଭ ପନ୍ତ ଶତକ ମାରିବାରୁ ବଞ୍ଚିତ ହୋଇଛନ୍ତି। ପନ୍ତଙ୍କୁ ସୁରଙ୍ଗା ଲକମାଲ ଆଉଟ କରିଥିଲେ। ପନ୍ତ ବଲକୁ ଡିଫେନ୍ସ କରିବାକୁ ଚାହୁଁଥିଲେ, ବଲ ଲାଇନ ଆଉଟ ହୋଇଥିଲା। ନଅଟି ଚୌକା ଓ ଚାରୋ ଛକା ସହାୟତାରେ ଋଷଭ ପନ୍ତ ୯୭ ବଲରେ ୯୬ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.