Home ଅପରାଧ ଅସାବଧାନତା ପାଇଁ ୨ ଜଣଙ୍କ ପ୍ରାଣଗଲା

ଅସାବଧାନତା ପାଇଁ ୨ ଜଣଙ୍କ ପ୍ରାଣଗଲା

237

ବାଲେଶ୍ୱର୫ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନିଜର ଅସାବଧାନତା ପାଇଁ ଆଜି ବାଲେଶ୍ୱର ଜିଲ୍ଲା ଏକ ଧାନ କ୍ଷେତରେ ଦୁଇଜଣଙ୍କ ମୃତ୍ୟୁ କରଣ କରିଥିବା ବାଲେଶ୍ୱର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସୁତ୍ରରୁ ଜଣାପଡିଛି । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଖୁଆଡ ଗ୍ରାମର ଦୁଇଜଣ ଯୁବକ ଗୋପାଳ ଟୁଡୁ(୨୧) ଓ ହମିର ହାଁସଦା(୨୨) ବିଲରେ ଧାନ କାଟିବାଲାଗି ଧାନକଟା ମେସିନ ଆଣି ଧାନ କାଟି ସାରି ଧାନକଟା ମେସିନକୁ ଟ୍ରାକ୍ଟରରେ ଲୋଡ୍ କରି ନେବାଲାଗି ଚେଷ୍ଟା କରୁଥିଲେ। ହଠାତ୍ ଉଭୟଙ୍କର ଅସାବଧାନତା ହେତୁ ଧାନକଟା ମେସିନ ସେଦୁହିଁଙ୍କ ଉପରେ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ଦୁହେଁ ଗୁରୁତର ଭାବେ ଆହତ ହୋଇଥିଲେ।ଏହା ଦେଖି ପାଖରେ ଉପସ୍ଥିତଥିବା ଗ୍ରାମବାସୀ ଉଭୟ ଆହତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଉଭୟଙ୍କର ପ୍ରାଣ ରକ୍ଷା ସମ୍ଭବପର ହୋଇ ନ ଥିଲା। ସେଠାରେ ଡାକ୍ତର ଉଭୟ ଗୋପାଳ ଟୁଡୁ ଓ ହମିର ହାଁସଦାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.